Latest Odisha News

BREAKING NEWS

ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ । ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳବାଇ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି।

ଗତ ୨୬ ଫେବୃଆରୀ ୨୦୨୪ରେ ରେଳ ମନ୍ତ୍ରଣାଳୟ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଯେଉଁଥିରେ ୨,୧୪୦ ଟି ସ୍ଥାନରେ ୪୦,୧୯,୫୧୬ ଜଣ ଲୋକ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସଡ଼କ ଉପରେ ରେଳ ଓଭରବ୍ରିଜ୍‌ ଓ ସଡ଼କ ତଳେ ରେଳବାଇ ଅଣ୍ଡର୍‌ବ୍ରିଜ୍‌ ଉଦଘାଟନ ଏବଂ ରେଳ ଷ୍ଟେସନର ଶିଳାନ୍ୟାସ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭାରତୀୟ ରେଳବାଇର ଏହି ବ୍ୟାପକ ପ୍ରୟାସ ଓ ଏକତ୍ରିକରଣକୁ ମାନ୍ୟତା ମିଳିଛି ଏବଂ ଏହାକୁ ସମ୍ମାନଜନକ ଲିମକା ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡସ୍‌ ରେ ସାମିଲ କରାଯାଇଛି ।

Leave A Reply

Your email address will not be published.