Latest Odisha News

BREAKING NEWS

ରେଳ ବିଭାଗର ନୂଆ ନିୟମ

ନୂଆଦିଲ୍ଲୀ: ଟିକେଟ ବୁକ୍ କରିବା ପୂର୍ବରୁ ଭାରତୀୟ ରେଳ ବିଭାଗର ନୂଆ ନିୟମ । ଭାରତୀୟ ରେଳର ସମୟ ସାରଣୀରେ ପରିବର୍ତ୍ତନ ହେବାକୁ ଯାଉଛି । କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ରେଳ ସେବା ଦୁଇ ବର୍ଷ ପରେ ନୂଆ ସମୟ ସାରଣୀ ମୁତାବକ ଚାଲିବ । ଅକ୍ଟୋବର ପହିଲାରୁ ପ୍ରୟାଗରାଜ ମଣ୍ଡଳରେ ସମସ୍ତ ଷ୍ଟେସନ ଦେଇ ଯାଉଥିବା ଟ୍ରେନର ସମୟ ସାରଣୀ ବଦଳିବାକୁ ଯାଉଛି ।

ଅନ୍ୟପଟେ ଗତବର୍ଷ ମେ’ ମାସ ଠାରୁ ରେଳ ବିଭାଗ ସ୍ପେଶାଲ ଓ ଫେଷ୍ଟିଭାଲ ଟ୍ରେନର ବି ସଞ୍ଚାଳନ କରୁଛି । ନୂଆ ସମୟ ସାରଣୀ ଘୋଷଣା ହେବାପରେ ଏହି ଟ୍ରେନରୁ ସ୍ପେଶାଲ ଓ ଫେଷ୍ଟିଭାଲ ନାମ ହଟାଇ ଦିଆଯିବ । କରୋନା ମହାମାରୀ ସମୟରେ ରେଳ ସଞ୍ଚାଳନ ଏକପ୍ରକାର ଅଟକି ଯାଇଥିଲା । ମାତ୍ର ଅବସ୍ଥା ସୁଧୁରିବା ପରେ ଏବେ ୯୫ ପ୍ରତିଶତ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି ।

ଆସନ୍ତାକାଲିଠାରୁ ପୁଣି ନୂଆ ସମୟ ସାରଣୀ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।  ରେଳ ଷ୍ଟେସନ ବୁକିଂ କାଉଣ୍ଟର ନିକଟରେ ଲାଗିଥିବା ରେଳର ସମୟ ସାରଣୀ ଆସନ୍ତାକାଲିଠାରୁ ଉପଲବ୍ଧ ହେବ ନାହିଁ । ଏବେ ଯାତ୍ରୀ ନୂଆ ସମୟ ସାରଣୀ ଡିଜିଟାଲ ଏଟ୍ ଏ ଗ୍ଲାଂସ ରେ ଦେଖିପାରିବେ । ରେଳଯାତ୍ରୀଙ୍କୁ ଏହା ମାଧ୍ୟମରେ ରେଳର ଆଗମନ ଓ ପ୍ରସ୍ଥାନର ସୂଚନା ମିଳିବ । ଡିଜିଟାଲ ଏଟ୍ ଏ ଗ୍ଲାଂସର ଦାୟିତ୍ୱ ରେଳ ବିଭାଗ ତରଫରୁ ଆଇଆରସିଟିସିକୁ ଦିଆଯାଇଛି ।

Comments are closed.