Latest Odisha News

ତବଲଗୀ ଜାମାତରେ ସାମିଲ ଥିବା ୯୬୦ ବିଦେଶୀ ପର୍ଯ୍ୟଟକଙ୍କୁ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ଅନୁଯାୟୀ ତବଲଗୀ ଜାମାତ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୯୬୦ ବିଦେଶୀ ପର୍ଯ୍ୟଟକଙ୍କୁ କଳା ତାଲିକାଭୁକ୍ତ କରାଯାଇଛି ।

BjdElectrycity

ଏହିପରି ସମସ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସିପି, ଦିଲ୍ଲୀ ପୋଲିସ ଏବଂ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କଳା ତାଲିକାଭୁକ୍ତ ବିଦେଶୀମାନଙ୍କୁ ୧୯୪୬ ବିଦେଶୀ ଅଧିନିୟମ ଏବଂ ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନର ସେକ୍ସନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କର ଭାରତୀୟ ଭିସା ମଧ୍ୟ ରଦ୍ଦ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.