ନୂଆଦିଲ୍ଲୀ: କରୋନା ଭୂତାଣୁ ମୁକାବିଲା ପାଇଁ ଭାରତୀୟ ରେଲୱେ ଆଗକୁ ଆସିଛି । ଟ୍ରେନ୍ ବଗି ଭିତରେ ତିଆରି ହୋଇଛି ଆଇସୋଲେସନ ୱାର୍ଡ । ସାରା ଦେଶରେ ଏବେ ଲକ୍ ଡାଉନ୍ ଚାଲିଥିବା ବେଳେ ଟ୍ରେନ୍ ବଗିକୁ ସରକାର ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଟ୍ରେନ୍କୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି ।
ଦକ୍ଷିଣ ରେଲୱେର ଜଗଧାରୀ ୱାର୍କସପ୍ରେ ଥିବା ପ୍ରାୟ ୨୮ଟି ବଗିକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ସେହି ଅଞ୍ଚଳରେ ଟ୍ରେନ ଗୁଡ଼ିକୁ ସ୍ଥାନାନ୍ତର କରାଯାଇ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ । ଏନେଇ ନିଜେ ରେଳମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି ।
ଯଦି ଆବଶ୍ୟକ ପଡେ ତେବେ ଏଭଳି ପାଖାପାଖି ୩ ଲକ୍ଷ ଆସୋଲେସନ୍ ୱାର୍ଡ ତିଆରି କରାଯାଇ ପାରିବ । ପ୍ରଥମ ପର୍ଯ୍ୟାୟରେ ନନ୍ ଏସି କୋଚ୍ଗୁଡିକୁ ଆଇସୋଲେସନ ୱାର୍ଡରେ ପରିବର୍ତ୍ତନ କରାଯାଇଛି ।
BREAKING NEWS
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା
- ସୁବର୍ଣ୍ଣରେଖା ନଦୀରେ ଅଘଟଣ;ବୁଡିଗଲେ ୨ ଭାଇ

Comments are closed.