ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ଯୋଗୁଁ ସାରା ଦେଶକୁ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏହାଦ୍ୱାରା ଲୋକେ ଘରୁ ବାହାରି ପାରୁନାହାନ୍ତି । ଫଳରେ ଚାଷୀର ଫସଲ କାମ ମଧ୍ୟ ବାଧା ପାଉଛି । ଚାଷୀମାନ ଫସଲ କାମ କରିପାରୁ ନାହାନ୍ତି । ଏଥିଯୋଗୁଁ ଫଲ ନଷ୍ଟ ହେବାରେ ଲାଗିଛି । ତେବେ ଏଣିକି ଚାଷୀ ମାନେ ତାଲା ବନ୍ଦ ବେଳେ ଫସଲ ସହ ଜଡିତ ସବୁ କାମ କରିପାରିବେ । ଏନେଇ ଆଜି କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି ।
ଚାଷୀମାନେ ଫସଲ ଅମଳ ଠାରୁ ଆରମ୍ଭ କରି କୃଷି କାର୍ଯ୍ୟ ପାଇଁ ରାସ୍ତାରେ ଟ୍ରାକ୍ଟର ମଧ୍ୟ ନେଇପାରିବେ ବୋଲି ସରକାର ମଂଜୁରୀ ଦେଇଛନ୍ତି । କେବଳ ସେତିକି ନୁହେଁ ତାଲା ବନ୍ଦ ସମୟରେ ମଣ୍ଡି ଓ କ୍ରୟ ଏଜେନ୍ସିକୁ ମଧ୍ୟ ସରକାର କଟକଣା ମୁକ୍ତ କରିଛନ୍ତି । ଅମଳ ସମୟରେ ଯେପରି କିଛି ବାଧା ସୃଷ୍ଟି ନହୁଏ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
BREAKING NEWS
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା
- ସୁବର୍ଣ୍ଣରେଖା ନଦୀରେ ଅଘଟଣ;ବୁଡିଗଲେ ୨ ଭାଇ
- Kotia Border Dispute:ଦଳ ମତ ନିର୍ବିଶେଷରେ କୋଟିଆ ପାଇଁ ଏକାଠି ହେବା ଦରକାର: ଧର୍ମେନ୍ଦ୍ର ପ୍ରଧାନ

Comments are closed.