Latest Odisha News

BREAKING NEWS

ଏଣିକି ଟ୍ରେନରେ କମିବ ପ୍ଲାଷ୍ଟିକ ବ୍ୟବହାର

ନୂଆଦିଲ୍ଲୀ : ଟ୍ରେନ ଭିତରେ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଲାଗିବ କଟକଣା । ଥରେ-ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକର ବ୍ୟବହାର ଉପରେ ଭାରତୀୟ ରେଳ ପକ୍ଷରୁ ଆସନ୍ତା ଅକ୍ଟୋବର ୨ରୁ କଟକଣା ଲଗାଯିବ ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଜାରି ହୋଇଛି ।

ରେଳବାଇର ସମସ୍ତ ପରିସର ଓ ଟ୍ରେନ୍‌ଗୁଡ଼ିକରେ ପ୍ଲାଷ୍ଟିକ୍ ବ୍ୟବହାରକୁ ରୋକାଯିବ। ଦେଶର ୩୫୦ଟି ପ୍ରମୁଖ ରେଳ ଷ୍ଟେସନରେ ୧୮୫୩ ପ୍ଲାଷ୍ଟିକ୍ ବୋତଲ କ୍ରସିଂ ୟୁନିଟ୍ ସ୍ଥାପନ କରାଯିବ।

ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ୍‌ ବ୍ୟବହାରକୁ ଏଡ଼ାଇବା ଲାଗି ରେଳବାଇର ସମସ୍ତ ଭେଣ୍ଡରଙ୍କୁ ପ୍ରୋତ୍ସାହିତ କରିବାକୁ ରେଳ ଜୋନ୍‌ର ସମସ୍ତ ମହାପ୍ରବନ୍ଧକ ଓ ପ୍ରଡକ୍ସନ ୟୁନିଟ୍‌ଗୁଡ଼ିକୁ କୁହାଯାଇଛି। ଖାଲି ଯାତ୍ରୀ ନୁହେଁ ରେଳବାଇର କର୍ମଚାରୀମାନଙ୍କୁ ମଧ୍ୟ ପ୍ଲାଷ୍ଟିକ ବ୍ୟବହାର କମାଇବାକୁ କୁହାଯାଇଛି।

Comments are closed.