ଭୁବନେଶ୍ୱର : ଜଗନ୍ନାଥ ଏକ୍ସପ୍ରେସ ବ୍ୟତୀତ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏନେଇ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶାରେ ଖୁବଶୀଘ୍ର ଗଡିବ ଜଗନ୍ନାଥ ଏକ୍ସପ୍ରେସ । ରଥଯାତ୍ରା ସମୟରେ ଜଗନ୍ନାଥ ଏକ୍ସପ୍ରେସ ଯାତାୟତ ଆରମ୍ଭ ହେବ । ଭାରତ ଗୌରବ ଟ୍ରେନ ମଧ୍ୟରେ ରହିବ ଜଗନ୍ନାଥ ଏକ୍ସପ୍ରେସ ।
ରଥଯାତ୍ରା ବେଳେ ସାରା ଦେଶ ତଥା ଦେଶ ବାହାରୁ ଅନେକ ଭକ୍ତ ଜଗନ୍ନାଥଧାମ ପୁରୀକୁ ଆସନ୍ତି । ପ୍ରୋଜେକ୍ଟ ଭାରତ ଗୌରବ ଅନ୍ତର୍ଗତେ ରାମାୟଣ ଏକ୍ସପ୍ରେସ ଚଳାଚଳ କରୁଛି । ଏବେ ଏହି ପ୍ରୋଜେକ୍ଟରେ ଜଗନ୍ନାଥ ଏକ୍ସପ୍ରେସ ସାମିଲ ହେବ । ଏହି ପ୍ରୋଜେକ୍ଟ ମାଧ୍ୟମରେ ଯାତ୍ରୀ ତଥା ଜଗନ୍ନାଥପ୍ରେମୀଙ୍କୁ ଜଗନ୍ନାଥ ସଂସ୍କୃତି, ଖାଦ୍ୟ ଓ ଭାଷା ସମ୍ପର୍କରେ ଅବଗତ କରାଯିବ। ମେଟ୍ରୋ ଟ୍ରେନ ପ୍ରୋଜେକ୍ଟ ସମ୍ପର୍କରେ ସେ କହିଛନ୍ତିଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ମିଳିଲେ କେନ୍ଦ୍ର ସରକାର ଏନେଇ ଚିନ୍ତା କରିବେ ।
ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ରେଳମନ୍ତ୍ରୀ । ଏବେ ବି ଓଡ଼ିଶାରେ ୪ଟି ରେଳ ଷ୍ଟେସନର ଉନ୍ନୟନ କାର୍ଯ୍ୟ ଜାରି ରହିଥିବାବେଳେ ୩୨ଟି ଷ୍ଟେସନର କାର୍ଯ୍ୟ ଶେଷ ହୋଇଛି । ଭୁବନେଶ୍ୱର ଓ ପୁରୀ ଷ୍ଟେସନର ବିକାଶଧାରା ଜାରି ରହିଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।
BREAKING NEWS
- ଏହି ଦିନ ରିଲିଜ ହେବ “ମାଳିପୁଟ ମେଲୋଡିଜ୍”;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ
- ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର

Comments are closed.