ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ! ଭାରତୀୟ ରେଳବାଇ ୨୦୨୪ ଓ ୨୦୨୫ ମିଶାଇ ମୋଟ୍ ୧,୨୦,୫୭୯ (ଅର୍ଥାତ୍ ୧.୨୦ ଲକ୍ଷରୁ ଅଧିକ) ପଦବୀରେ ବଡ଼ ଧରଣର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ବିଶାଳ ନିଯୁକ୍ତି ଅଭିଯାନନକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦର ଶୀତ ଅଧିବେଶନରେ ଘୋଷଣା କରି କହିଛନ୍ତି, “ଏତେ ବଡ଼ ପରିମାଣର ନିଯୁକ୍ତି ରେଳବାଇ ଇତିହାସରେ ପୂର୍ବରୁ କେବେ ହୋଇନଥିଲା।”ରେଳ ମନ୍ତ୍ରୀ କହିଛନ୍ତି, ଦୁଇ ବର୍ଷର ସବୁ ନିଯୁକ୍ତି ପ୍ରକ୍ରିୟାକୁ ଦ୍ରୁତ ଗତି ଦିଆଯାଇଛି ଏବଂ ସମସ୍ତ ବିଜ୍ଞପ୍ତି ମଧ୍ୟ ଜାରି ହୋଇ ସାରିଛି।
କେତେ ପଦବୀ କେଉଁ ବର୍ଷ?
୨୦୨୪: ୧୦ଟି ବଡ଼ ବିଜ୍ଞପ୍ତି ଜରିଆରେ ୯୧,୧୧୧୬ ପଦବୀ
୨୦୨୫: ୭ଟି ବିଜ୍ଞପ୍ତି ଜରିଆରେ ୩୮,୪୬୩ ପଦବୀ
ମୋଟ୍: ୧,୨୦,୫୭୯ ପଦବୀ (୧.୨୦ ଲକ୍ଷରୁ ଅଧିକ)
କେଉଁ କେଉଁ ପଦବୀରେ ହେଉଛି ନିଯୁକ୍ତି?
ଏଥର ପ୍ରାୟ ପ୍ରତ୍ୟେକ ବିଭାଗରେ ଚାକିରି ବାହାରିଛି।
ମୁଖ୍ୟ ପଦବୀଗୁଡ଼ିକ ହେଲା:
ସହାୟକ ଲୋକୋ ପାଇଲଟ୍ (ALP)
ଟେକ୍ନିସିଆନ୍
RPF ଉପ-ନିରୀକ୍ଷକ ଓ କନ୍ଷ୍ଟେବଳ
ଜୁନିଅର ଇଞ୍ଜିନିଅର (JE)
ଡିପୋ ମେଟେରିଆଲ ସୁପରିଣ୍ଟେଣ୍ଡେଣ୍ଟ
କେମିକାଲ୍ ଓ ମେଟାଲର୍ଜିକାଲ୍ ଆସିଷ୍ଟାଣ୍ଟ
ପାରାମେଡିକାଲ୍ ଷ୍ଟାଫ୍
NTPC ବିଭିନ୍ନ ପଦବୀ
ମିନିଷ୍ଟେରିଆଲ୍ ଓ ଆଇସୋଲେଟେଡ୍ କ୍ୟାଟେଗରି
ଲେଭଲ-୧ ପଦବୀ (ଟ୍ରାକ୍ ମେଣ୍ଟେନର୍, ଆସିଷ୍ଟାଣ୍ଟ ଆଦି)
ଟେକ୍ନିକାଲ୍ ଓ ନନ୍-ଟେକ୍ନିକାଲ୍ ଦୁଇ ପ୍ରକାରର ଚାକିରି ରହିଛି। ଏଥର ରେଳବାଇ ନିଯୁକ୍ତି କ୍ୟାଲେଣ୍ଡର ମଧ୍ୟ ଜାରି କରିଛି, ଯାହାଦ୍ୱାରା ପ୍ରକ୍ରିୟା ଅଧିକ ପାରଦର୍ଶୀ ଓ ସମୟାନୁବର୍ତ୍ତୀ ହେବ ଏବଂ ପରୀକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତି ନେବାରେ ସୁବିଧା ହେବ।
୨୦୧୪ ପରଠାରୁ ରେଳରେ ରେକର୍ଡ ନିଯୁକ୍ତି!
୨୦୦୪ରୁ ୨୦୧୪ ମଧ୍ୟରେ ରେଳବାଇରେ ମାତ୍ର ୪ ଲକ୍ଷ ଲୋକଙ୍କୁ ଚାକିରି ମିଳିଥିଲା। କିନ୍ତୁ ୨୦୧୪ରୁ ୨୦୨୫ ମଧ୍ୟରେ ଏହି ସଂଖ୍ୟା ବଢ଼ି ୫ ଲକ୍ଷ ୮ ହଜାର ହୋଇଛି। ରେଳ ମନ୍ତ୍ରୀ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ରେଳର ସବୁ ଖାଲି ପଦବୀ ଶୀଘ୍ର ପୂରଣ କରି କାମକାର୍ଯ୍ୟକୁ ଆହୁରି ସୁଚାରୁ ରୂପେ ଚଳାଇବା ଏବଂ ଯୁବକଙ୍କୁ ରୋଜଗାର ଯୋଗାଇ ଦେବା।”ତେଣୁ ଯେଉଁ ଯୁବକମାନେ ରେଳ ଚାକିରିର ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପାଇଁ ଏହା ଏକ ଐତିହାସିକ ସୁଯୋଗ! ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ ବୋଲି ସେ କହିଛନ୍ତି।