Latest Odisha News

BREAKING NEWS

କେରଳ ବନ୍ୟା ବିତ୍ପାତ: ମାଗଣାରେ ରିଲିଫ ସାମଗ୍ରୀ ପରିବହନ କରିବ ରେଳବାଇ

ଭୁବନେଶ୍ୱର : କେରଳରେ ବନ୍ୟା ସ୍ଥିତି ଉଦବେଗଜନକ ହୋଇପଡିଥିବା ବେଳେ ମୌସୁମୀ ବର୍ଷା କମିବାର ନା ଧରୁନି । ରାଜ୍ୟରେ ୧୧ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି ୩୫୦କୁ ବୃଦ୍ଧି ହେଲାଣି ।

ଏହି ପରିପ୍ରେକ୍ଷିରେ ଭାରତୀୟ ରେଳ ବିଭାଗ କେରଳ ପୀଡିତଙ୍କ ପାଇଁ ପଠାଯାଉଥିବା ରିଲିଫକୁ ମାଗଣାରେ ପରିବହନ କରିବ । ମିଳିଥିବା ସୂଚନା ଅନୁଯାୟୀ, ରେଳ ବିଭାଗ ରିଲିଫ ସାମଗ୍ରୀ ପରିବହନ ନିମନ୍ତେ କୌଣସି ପ୍ରକାର ଶୁଳ୍କ ନେବ ନାହିଁ । ଏହି ମାସ ଶେଷ ପର୍ଯ୍ୟନ୍ତ କେରଳର ସମସ୍ତ ଷ୍ଟେସନକୁ ମାଗଣାରେ ରିଲିଫ ସାମଗ୍ରି ପରିବହନ କରିବ ଭାରତୀୟ ରେଳବାଇ ।

 

ସମସ୍ତ ସରକାରୀ ଅନୁଷ୍ଠାନ ଗୁଡିକ ନିମନ୍ତେ ସିଧାସଳଖ ଭାବେ ଏହି ସୁବିଧା ଉପଲବ୍ଧ ଥିବା ସ୍ଥଳେ ଘରୋଇ ସଂସ୍ଥାଗୁଡିକ ରେଳବାଇର ଡିଭିଜନାଲ ମ୍ୟାନେଜରଙ୍କ ସହିତ କଥାବାର୍ତ୍ତା ହୋଇ ଏହି ସୁବିଧା ପାଇପାରିବେ ।

ଓଡିଶାରେ ବିଭିନ୍ନ ଏନଜିଓ, ସରକାରୀ ଓ ବିଭିନ୍ନ ଚାରିଟେବଲ ସଂସ୍ଥା ଗୁଡିକ କେରଳକୁ ରିଲିଫ ସାମଗ୍ରୀ ପଠାଇବା ନିମନ୍ତେ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।

• ସିନିଅର ଡିଭିଜନ କର୍ମସିଆଲ ମ୍ୟାନେଜର, ଇଷ୍ଟକୋଷ୍ଟ ରେଳୱେ, ଖୋର୍ଦ୍ଧା ରୋଡ ଡିଭିଜନ: ମୋବାଇଲ ନଂ-୮୪୫୫୮୮୭୯୫୦ (ଭଦ୍ରକ ରୁ ବ୍ରହ୍ମପୁର) ।
• ସିନିଅର ଡିଭିଜନ କର୍ମସିଆଲ ମ୍ୟାନେଜର, ଇଷ୍ଟକୋଷ୍ଟ ରେଳୱେ, ସମ୍ବଲପୁର: ମୋବାଇଲ ନଂ- ୮୪୫୫୮୮୬୯୫୦ (ଅନୁଗୁଳ-ସମ୍ବଲପୁର-ଝାରସୁଗୁଡା, ଟିଟିଲାଗଡ-ରାୟଗଡା) ।
• ସିନିଅର ଡିଭିଜନ କର୍ମସିଆଲ ମ୍ୟାନେଜର, ଇଷ୍ଟକୋଷ୍ଟ ରେଳୱେ, ବିଶାଖାପାଟଣା: ମୋବାଇଲ ନଂ- ୮୯୭୮୦୮୦୯୫୦ (ପୁଣ୍ଡି-ଦୁଭଡା, କଟ୍ଟାଭାଲସା-କିରାନ୍ଦୁଲ, କୋରାପୁଟ-ରାୟଗଡା) ।

ଅନ୍ୟପକ୍ଷରେ ନିମ୍ନଲିଖିତ ଟ୍ରେନ ଗୁଡିକ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେବା ଫଳରେ ବାତିଲ କରାଯାଇଛି ।

• ୧୨୫୧୫ ତ୍ରିଭେନ୍ଦ୍ରମ୍ – ତ୍ରିଭେନ୍ଦ୍ରମକୁ ଯିବାକୁ ଥିବା ସିଲଚର୍ ଏକ୍ସପ୍ରେସ ତା୧୯-୦୮-୨୦୧୮ ରିଖ ଲାଗି ବାତିଲ ।
• ୧୨୬୫୯ ନାଗେରକଏଲ- ୧୯-୦୮-୨୦୧୮ ତାରିଖ ଦିନ ନାଗେରକଏଲ ଯିବାକୁ ଥିବା ସାଲିମାର ଏକ୍ସପ୍ରେସ ଅନ୍ୟ ରୁଟ୍ ଦେଇ ଅର୍ଥାତ (ତିରୁନେଲଭେଲି-ମୁରାଦନଗର-ଇରୋଡ୍) ରୁଟ୍ ଦେଇ ଗତି କରିବ ।

Leave A Reply

Your email address will not be published.