Latest Odisha News

BREAKING NEWS

ଦେଶର ବିଭିନ୍ନ ନଦୀରେ ବାଜପେୟୀଙ୍କ ଅସ୍ଥି ବିର୍ସଜନ ସମ୍ପନ୍ନ ହେବ

ନୂଆଦିଲ୍ଲୀ : ଦିବଂଗତ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିର୍ସଜନର ଆରମ୍ଭ ପ୍ରଥମେ ହରିଦ୍ୱାର ଠାରେ କରାଯିବ ।

ସୂଚନା ଅନୁଯାୟୀ ବାଜପେୟୀଙ୍କ ଅସ୍ଥି କଳସକୁ ଦେଶର ପାଖାପାଖି ୧୦୦ଟି ନଦୀରେ ବିର୍ସଜିତ କରାଯିବ ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ରହିବେ । ଏଥିସହିତ ଏହି କାର୍ଯ୍ୟକ୍ରମରେ ବିଜେପିର ପାଖାପାଖି ୧୫ ହଜାର କର୍ମକର୍ତ୍ତା ଯୋଗ ଦେବାର ସୂଚନା ମିଳୁଛି ।

ଗତ ୧୬ ତାରିଖରେ ଏହି ଦିବଂଗତ ନେତାଙ୍କର ପରଲୋକ ହୋଇଥିଲା ଏବଂ ୧୭ ତାରିଖ ଦିନ ଦିଲ୍ଲୀସ୍ଥିତ ସ୍ମୃତିସ୍ଥଳରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ସମୟରେ ବାଜପେୟୀଙ୍କର ପାର୍ଥିବ ଶରୀରକୁ ପାଳିତା କନ୍ୟା ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.