ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅପରପକ୍ଷରେ ରୋଇଂର ଲାଇଟ ୱେଟ ଡବଲ୍ସ ସ୍କଲ୍ସରେ ଭାରତୀୟ ଯୋଡି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।
ରୋଇଂ: ଭାରତର ଅର୍ଜୁନ ଲାଲ ଓ ଅରବିନ୍ଦ ସିଂ ଯୋଡି ରୋଇଂ ପୁରୁଷ ଲାଇଟ ୱେଟ ଡବଲ୍ସ ସ୍କଲ୍ସ ଇଭେଂଟର ସେମିଫାଇନାଲରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛନ୍ତି । ରେପଚେଜ ରେସରେ ସେମାନେ ଭଲ ପ୍ରଦର୍ଶନ କରି ସୁଯୋଗର ଫାଇଦା ଉଠାଇଥିଲେ ।
ଶୁଟିଂ: ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ଭାରତର ମନୁ ଭାକର ଓ ଯଶସ୍ୱିନୀ ଦେସୱାଲ ଫାଇନାଲକୁ କ୍ୱାଲିଫାଇ କରିପାରି ନାହାନ୍ତି । ମନୁ ୫୭୫ ପଂଏଟ ସହ ୧୨ ଓ ଯଶସ୍ୱିନୀ ୫୭୩ ସହ ୧୩ତମ ସ୍ଥାନରେ ରହିଛନ୍ତି । ୧୦ ମିଟର ଏୟାର ରାଇଫଲରେ ଦୀପକ କୁମାର ଓ ଦିବ୍ୟାଂଶ ସିଂ ଫାଇନାଲକୁ ଉନ୍ନୀତ ହୋଇପାରି ନାହାନ୍ତି । ଦୀପକ ୨୬ ଓ ଦିବ୍ୟାଂଶ ୩୨ତମ ସ୍ଥାନରେ ରହିଥିଲେ ।
ଟେନିସ: ଭାରତର ସାନିଆ ମିର୍ଜା ଓ ଅଙ୍କିତା ରୈନା ଟେନିସ ମହିଳା ଡବଲ୍ସରେ ପରାଜିତ ହୋଇଛନ୍ତି । ୟୁକ୍ରେନର ନାଦିୟା କିଚନକ ଓ ଲିୟୁଡମ୍ୟାଲ କିଚନକ ୦-୬, ୭-୬, ୧୦-୮ରେ ଭାରତୀୟ ଯୋଡିଙ୍କୁ ପରାସ୍ତ କରିଥିଲେ ।
BREAKING NEWS
- Glacial Lakes: ହିମାଳୟରେ କାୟା ମେଲାଉଛି ମୃତ୍ୟୁ! ଡରାଇଲାଣି ସାଟେଲାଇଟ୍ ଚିତ୍ର…ନେପାଳ ବନ୍ୟା ପରେ ବଢ଼ିଲା ଭାରତର ଚିନ୍ତା!
- ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା!
- Odisha DGP: ଡିଜିପି ଚୟନ ମାମଲା:ସୁପ୍ରିମକୋର୍ଟରେ ଶୁଣାଣି ସେପ୍ଟେମ୍ବର ୭କୁ ଘୁଞ୍ଚିଲା
- ନୂଆ ଡ୍ରେସକୋଡ ଲଞ୍ଚ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍; ଝଲସୁଛି ଭାରତୀୟ କଳା ଓ ସଂସ୍କୃତି
- ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
- Rising Sea Levels: ସମୁଦ୍ରରେ ଲୀନ ହେବ ମୁମ୍ବାଇ-କୋଲକାତା? ୧.୪ କୋଟି ଲୋକଙ୍କ ଘରକୁ ବିପଦ, ଜାତିସଂଘର ଭୟଙ୍କର ଚେତାବନୀ
- Russia helping Iran: ଇରାନକୁ ଲୁଚି ଲୁଚି ସାହାଯ୍ୟ କରୁଛି ରୁଷ! ଆମେରିକା ପାଇଁ ବଢ଼ିଲା ଚିନ୍ତା, ତିଆରି ହେଉଛି ଭୟଙ୍କର ମିସାଇଲ୍ କ୍ଷମତା?
- Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି, କନ୍ଦାଇ ଦେବ ଦୃଶ୍ୟ…
- ନେପାଳ ବନ୍ୟା ବିଭୀଷିକା; ମୃତ୍ୟୁ ସଂଖ୍ୟା ୧୧୨୭କୁ ବୃଦ୍ଧି, ୪୮୦୦ ଏବେବି ନିଖୋଜ
- କିଏ ହେବ ରାମ ମନ୍ଦିର ଟ୍ରଷ୍ଟର ସିଇଓ…

Comments are closed.