ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ଅଧିକ ସମୟ ଲାଗୁଛି । ତେବେ ଏପରି ସ୍ଥଳେ ବୈଜ୍ଞାନିକଙ୍କୁ ଏକ ବଡ ସଫଳତା ମିଳିଛି । କରୋନା ଭାଇରସ ମୁକାବିଲା ଲାଗି ଶୀଘ୍ର ସ୍କ୍ରିନିଂ ପାଇଁ ଏକ ନୂଆ ପେପର୍ କିଟ୍ ପ୍ରସ୍ତୁତ କରିଛନ୍ତି ବୈଜ୍ଞାନିକ ।
ଏହି ପେପର କିଟ୍କୁ ବ୍ୟବହାର କରି ଖୁବ୍ କମ୍ ସମୟରେ କରେନା ପଜିଟିଭଙ୍କୁ ଚିହ୍ନଟ କରାଯାଇ ପାରିବ । କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ଉଝଓଜ) ସହ ଜଡିତ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଏମ୍ବେଡେଡ୍ ବାୟୋଲୋଜି (ଓଏଓଈ)ର ବୈଜ୍ଞାନିକମାନଙ୍କ ଦ୍ୱାରା ଏକ ପେପର-ଷ୍ଟ୍ରିପ୍ ପରୀକ୍ଷା କିଟ୍ ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ କମ୍ ସମୟରେ ସଂକ୍ରମଣ ଚିହ୍ନଟ କରାଯାଇପାରିବ ।
ସଂକ୍ରମିତ ବ୍ୟକ୍ତିଠାରେ କରୋନାର ଜିନୋମିକ୍ ଅନୁକ୍ରମର ଚିହ୍ନଟ ପାଇଁ ପେପର-କିଟ୍ ରେ ଜିନ୍-ଏଡିଟିଂର ଅତ୍ୟାଧୁନିକ କୌଶଳ କ୍ରିସ୍ପର-କ୍ୟାସ୍-୯ ବ୍ୟବହୃତ ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି କିଟ୍ ଦ୍ୱାରା ମାତ୍ର ୫୦୦ଟଙ୍କାରେ କରୋନା ପଜିଟିଭ୍ ପରୀକ୍ଷା କରାଯାଇ ପାରିବ । ତେବେ ବଜାରକୁ ଏହି କିଟ୍ ଆସିବାକୁ କିଛି ସମୟ ଲାଗିବ । ପରୀକ୍ଷଣ ଶେଷ ହେବା ପରେ ଏହାର ଉପଯୋଗ ପରୀକ୍ଷା ପାଇଁ କରାଯାଇପାରିବ ।
BREAKING NEWS
- ହକି ଇଣ୍ଡିଆ ଲିଗ୍-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍ପିସି କ୍ୟାଡେଟ୍
- ରାଜଧାନୀରେ ବୁଲିଲା ଖଣ୍ଡା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ..
- Iran Fortifies Nuclear Sites: ମାଟି ତଳେ ଇରାନର ପରମାଣୁ ବମ୍, ତାଟକା ଡୋନାଲ୍ଡ ଟ୍ରମ୍ପ୍!
- Youth Arrested: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ପଡିଲା ମହଙ୍ଗା; ଯୁବକ ଗିରଫ
- Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ ବଡ଼ ବୟାନ…
- ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
Comments are closed.