Latest Odisha News

BREAKING NEWS

ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଅବସର ନେଲେ ୨ଦିନରେ ୩ ସିନିୟର ହକି ଖେଳାଳି

ଭୁବନେଶ୍ୱର: ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ୩୨ ବର୍ଷୀୟ ଏସଭି ସୁନୀଲ ଆଜି ହକିକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଜଣଙ୍କ ପରେ ଜଣେ ଏଥିରୁ ଅବସର ନେବା ଆରମ୍ଭ କରିଛନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ୨ ଦିନରେ ୩ ବରିଷ୍ଠ ଖେଳାଳି ଅବସର ଘୋଷଣା କରିଛନ୍ତି ।

ଗତକାଲି ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ଏବଂ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଅବସର ଘୋଷଣା କରିଥିଲେ । ୨୦୦୭ରେ ସୁନୀଲ ଆର୍ନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ । ୨୦୧୨ ଓ ୨୦୧୬ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ଚଳିତ ବର୍ଷ ସମ୍ପନ୍ନ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇ ନ ଥିଲେ । ୨୬୪ ମ୍ୟାଚରେ ସେ ୭୨ ଗୋଲ ସ୍କୋର କରିଛନ୍ତି ।

Comments are closed.