Latest Odisha News

୨୦ କମ୍ପାନୀ ବିରୋଧରେ କୋର୍ଟର ଆଶୟ ନେବେ ପିଭି ସିନ୍ଧୁ !

ନୂଆଦିଲ୍ଲୀ: ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ଏହା ଦ୍ୱିତୀୟ ପଦକ । ତାଙ୍କର ଏହି ସଫଳତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ଏହାର ଫାଇଦା ଉଠାଇ କେତେକ କମ୍ପାନୀ ଓ ବ୍ରାଣ୍ଡ ସିନ୍ଧୁଙ୍କ ନାମ ଏବଂ ଫଟୋ ବିନା ଅନୁମତିରେ ବ୍ୟବହାର କରିଥିଲେ । ଏ ଭଳି ୨୦ ବ୍ରାଣ୍ଡ ବିରୋଧରେ ସିନ୍ଧୁ କୋର୍ଟର ଆଶ୍ରୟ ନେଇଛନ୍ତି ।

ରିପୋର୍ଟ ମୁତାବକ ହ୍ୟାପିଡେଂଟ, ପାନ ବାହର, ୟୁରେକା, ଫୋବର୍ସ, ଆଇସିଆଇସି ବ୍ୟାଙ୍କ, ଭୋଡାଫୋନ ଆଇଡିଆ, ଏମଜି ମୋଟର, ୟୁକୋ ବ୍ୟାଙ୍କ ଭଳି ପ୍ରମୁଖ ସଂସ୍ଥା ରହିଛନ୍ତି । ସଫଳ ଏବଂ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମକୁ ଉପଯୋଗ କରି କେତେକ କମ୍ପାନୀ ଏବଂ ବ୍ରାଣ୍ଡ ସେମାନଙ୍କର ବ୍ୟକ୍ତିଗତ ଫାଇଦା ଉଠାଇଥାନ୍ତି । ଯାହା କି ଗ୍ରହଣୀୟ ନୁହେଁ । ସିନ୍ଧୁ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Comments are closed.