Latest Odisha News

BREAKING NEWS

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା

କେନ୍ଦୁଝର : ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା । ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା କୁ ନେଇ ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତର ଲୋକମାନେ ପ୍ରତିବାଦକୁ ଜୋରଦାର କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ ପାଇଁ ପଂଚାୟତକୁ ଆସିଥିବା ସରପଞ୍ଚକୁ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିବା ସହ ଅଫିସ ଆଗରେ ନାରାବାଜି କରି ପ୍ରତିବାଦ ଜଣାଇ ଥିଲେ। ପ୍ରକାଶ ଯେ ସିରିଗିଡା ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ ରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କିଛିଦିନ ପୂର୍ବରୁ ସିରିଗିଡା ପଞ୍ଚାୟତ ର ଗରିବ ହିତାଧିକାରୀ ମାନେ କେନ୍ଦୁଝର ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ ।

କିନ୍ତୁ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଏନେଇ ବିଡ଼ିଓ ଙ୍କୁ ଅଭିଯୋଗ କରିଥିଲେ। ଆଜି ସ୍ୱାଧୀନତା ଦିବସରେ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରପଞ୍ଚ ସମସ୍ତେ ଉପସ୍ଥିତ ରହିଥିବା ଜାଣିବା ପରେ ସମସ୍ୟା ଜଣାଇବାକୁ ଗରିବ ହିତାଧିକାରୀ ଆସି ପହଞ୍ଚିଥିଲେ। ସେମାନଙ୍କ ସମସ୍ୟା କୁ ଆଗତ କରିବା ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସେଠାରୁ ହିତାଧିକାରୀ ମାନଙ୍କୁ ଧକ୍କା ଦେଇ ପଳାଇଥିଲେ। ଉତ୍ୟକ୍ତ ହୋଇ ହିତାଧିକାରୀ ମାନେ ସମସ୍ୟାର ସମାଧାନ ପାଇଁ ସରପଞ୍ଚ ଙ୍କୁ କାର୍ଯ୍ୟାଳୟ ରେ ତଲା ପକାଇ ଅନଶନରେ ବସିଥିବା ପ୍ରକାଶ କରିଛନ୍ତି । ଏହା ସହିତ ଜଣେ ଜଣେ ଲୋକ ତିନିଟା ଘର ଆବାସ ଯୋଜନାରେ ପାଇଥିବା ବେଳେ ସେମାନଙ୍କୁ ପୁଣି ଘର ଦେବା ପାଇଁ ମସୁଧା ଚାଲିଥିବା ଏବଂ ଆଦୌ ଘର୍ ପାଇ ନ ଥିବା ଲୋକ ଙ୍କୁ ମିଳୁ ନ ଥିବାରୁ ପ୍ରତିବାଦ କରିଥିଲେ।

ଏପରିକି ଘର୍ କରିଥିବା ହିତାଧିକାରୀଙ୍କ ବୋନସ ଟଙ୍କାକୁ ଅନୁମୋଦନ କରିବା ପାଇଁ ବ୍ୟାପକ ଲାଞ୍ଚ ଦାବି କରାଯାଉ ଥିବା ହିତାଧିକାରୀ ମାନେ ଅଭିଯୋଗ ଆଣିଛନ୍ତି । ତେବେ ଏ ଅନିୟମିତତା ରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସିରିଗିଡା ସରପଞ୍ଚ ଜୀଙ୍କପାଟ ପିଙ୍ଗୁଆ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି। ପରେ ତିନି ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ପାଇବା ସହ ପୋଲିସ ଉପସ୍ଥିତି ରେ ଆଠ ଘଂଟା ଅଟକ ପରେ ସରପଂଚ ମୁକ୍ତ ହୋଇଥିଲେ ବୋଲି ଜଣା ପଡିଛି।

Leave A Reply

Your email address will not be published.