Latest Odisha News

ଜାତିସଂଘ ପୋଷ୍ଟ ଉପରେ ଇସ୍ରାଏଲର ଆକ୍ରମଣ, ଭାରତୀୟ ସୈନ୍ୟଙ୍କୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ନିୟୋଜିତ ଜାତିସଂଘର ଶାନ୍ତି ସୁରକ୍ଷାକାରୀଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି।

ସୂଚନା ଅନୁଯାୟୀ, ହିଜବୁଲ ଉପରେ ଇସ୍ରାଏଲ୍ ଆକ୍ରମଣ କରୁଥିବା ବେଳେ ଏହି ଅଞ୍ଚଳରେ ଥିବା ଜାତିସଂଘର ପୋଷ୍ଟଗୁଡିକ ମଧ୍ଯ ପ୍ରଭାବିତ ହେଉଛନ୍ତି। ପ୍ରାୟ ୬୦୦ ଭାରତୀୟ ସୈନିକ ଲେବାନନରେ ମିଳିତ ଜାତିସଂଘର ଶାନ୍ତି ସୁରକ୍ଷା ମିଶନର ଏକ ଅଂଶ ଏବଂ ଇସ୍ରାଏଲ୍-ଲେବାନନ୍ ସୀମାରେ ୧୨୦ କିଲୋମିଟର ବ୍ଲୁ ଲାଇନରେ ନିୟୋଜିତ ହୋଇଛନ୍ତି। ଲେବାନନରେ ଶାନ୍ତି ସ୍ଥାପନା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରୟାସ କରାଯାଉଛି।

ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ବ୍ଲୁ ଲାଇନରେ ସୁରକ୍ଷା ଅବସ୍ଥା ଖରାପ ହେବା ନେଇ ଆମେ ଚିନ୍ତିତ। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ମିଳିତ ଜାତିସଂଘର ଶାନ୍ତି ସ୍ଥାପକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଦାୟିତ୍ୱ ଆମ ସମସ୍ତଙ୍କର। ଏହାକୁ ସମସ୍ତେ ଅନୁପାଳନ କରିବା ଉଚିତ।

 

Leave A Reply

Your email address will not be published.