Latest Odisha News

BREAKING NEWS

ବ୍ରିଟେନରେ ଜାହାଜ ଭିତରେ ୧୫ ଶହ ଭାରତୀୟ ଅଟକ, ଉଦ୍ଧାର ପାଇଁ ଅପିଲ୍

କରୋନା ଯୋଗୁ ବ୍ରିଟେନରେ ହାଜାଜରେ ଫସି ରହିଛନ୍ତି ଭାରତୀୟ । ପାଣି ଭିତରେ ତିନି ମାସ ହେବ ରହିଲେଣି ୧୫ ଶହ ଭାରତୀୟ ନାଗରିକ । ଲଣ୍ଡନର ତିଲବୁରି ସମେତ ଆଉ କିଛି ବନ୍ଦରରେ ପାଞ୍ଚଟି ଜାହାଜ ଅଟକ ରହିଛି । କରୋନା ଯୋଗୁ ସେସବୁ ଜାହାଜକୁ ଅଟକାଇ ଦେଇଛି ଲଣ୍ଡନର ସାମୁଦ୍ରିକ ଓ ତଟରକ୍ଷୀ ବାହିନୀ ସଂସ୍ଥା (ଏମସିଏ) । ତା ଭିତରେ ଫସି ରହିଛନ୍ତି ପାଖାପାଖି ୧୫ ଶହ ଭାରତୀୟ । ଏହି ସୂଚନା ଦେଇଛି ଅଲ୍ ଇଣ୍ଡିଆ ସିଫେରର ଏଣ୍ଡ ଜେନେରାଲ୍ ଓ୍ବାର୍କର୍ସ ୟୁନିଅନ୍ ।

ତିଲବୁରି ପୋର୍ଟରେ ଅଟକ ଗୋଟିଏ ହାଜାଜରେ ୨୬୪ ଜଣ ଭାରତୀୟ ଅଛନ୍ତି । ଉଦ୍ଧାର ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଛି ଅଲ୍ ଇଣ୍ଡିଆ ସିଫେରର ଏଣ୍ଡ ଜେନେରାଲ୍ ଓ୍ବାର୍କର୍ସ ୟୁନିଅନ୍ । ୯୦ ଦିନ ହେବ ସେମାନେ ବିଦେଶୀ ଜଳ ସୀମାରେ ଅଟକ ଅଛନ୍ତି । ଆବଶ୍ୟକ କାଗଜପତ୍ର ନଥିବାରୁ ବିମାନ ଯାତ୍ରା ବି ବାତିଲ ହୋଇଛି । ସେପଟେ ବ୍ରିଟେନର ସାମୁଦ୍ରିକ ଓ ତଟରକ୍ଷୀ ସଂସ୍ଥା ବା ଏମସିଏ କହିଛି, ସେଠାକାର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସମ୍ପୂର୍ଣ୍ଣ ଯାଞ୍ଚ ହେବା ପରେ ଜାହାଜକୁ ଛାଡ଼ି ଦିଆଯିବ ।

Leave A Reply

Your email address will not be published.