Latest Odisha News

BREAKING NEWS

ଅନଲକ୍-୧ ପରେ ଲକ୍ଷେ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ମୃତ୍ୟୁବରଣ କଲେଣି ୧୩ ହଜାର ଲୋକ । ଆମେରିକା, ବ୍ରାଜିଲ, ଋଷିଆ ପରେ ଭାରତ ହେଉଛି ବିଶ୍ୱରେ ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ । ଦେଶର କରୋନା ଗ୍ରାଫ ଦର୍ଶାଉଛି ଦେଶରେ ଲକଡାଉନ୍ କଟକଣା କୋହଳ, ପ୍ରବାସୀ ଫେରିବା ପରେ ସଂକ୍ରମଣ ହାର ବୃଦ୍ଧି ପାଇଛି ।

୮ ଦିନରେ ଲକ୍ଷେ ସଂକ୍ରମଣ

ଯଦି ଦେଖିବା ଶେଷ ଲକ୍ଷେ ସଂକ୍ରମଣ ମାତ୍ର ୮ ଦିନରେ ବଢ଼ିଛି । ଅର୍ଥାତ୍ ୧୦ ଦିନରୁ କମ୍ ସମୟ ଭିତରେ ଲକ୍ଷେ ଲୋକ ପଜିଟିଭ୍ ବାହାରିଛନ୍ତି । ତାପୂର୍ବରୁ ଲକ୍ଷେ ଲୋକ ସଂକ୍ରମିତ ହେବାକୁ ୧୦ ଦିନ ଲାଗିଥିଲା । ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ଛୁଇଁବାକୁ ନେଇଥିଲା ୧୫ ଦିନ ସମୟ । ପ୍ରଥମ ଲକ୍ଷେ ପଜିଟିଭ୍ କେସ୍ ୭୮ ଦିନରେ ବାହାରିଥିଲା । ଲକଡାଉନ୍ ପୂର୍ବରୁ ଦେଶରେ ମାତ୍ର ଛଅ ଶହ କୋଭିଡ୍ କେସ୍ ରହିଥିଲା ।

ମେ ଓ ଜୁନରେ କରୋନା କାୟା

ମେ ମାସରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଥିଲା । ଜୁନ ମାସ ଚ୍ୟାଲେଞ୍ଜିଂ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ୭୫ ପ୍ରତିଶତ କେବଳ ମେ ୧୯ରୁ ଜୁନ୍ ୨୦ ଏହି ମାସେ ଭିତରେ ଚିହ୍ନଟ ହୋଇଛନ୍ତି । ତିନିଟି ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁ ଅଧିକ ପ୍ରଭାବିତ । ଏହି ତିନି ରାଜ୍ୟରେ ଦେଶର ମୋଟ୍ ସଂକ୍ରମିତଙ୍କ କେବଳ ୬୦ ପ୍ରତିଶତ ଅଛନ୍ତି ।

Leave A Reply

Your email address will not be published.