ମୁମ୍ବାଇ: ଚଳିତ ଆଇସିସି ମହିଳା ବିଶ୍ୱକପ ୱାର୍ମଅପ ମ୍ୟାଚରେ ଭାରତର ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଆଘାତପ୍ରାପ୍ତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମୁକାବିଲାରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ମୁଣ୍ଡରେ ବଲ ବାଜିଛି । ଫିଜିଓ ଓ ଡାକ୍ତର ତାଙ୍କ ଆଘାତ ଅନୁଧ୍ୟାନ କରିବା ପରେ ସେ ପଡିଆ ଛାଡି ଯାଇଥିଲେ । ତେବେ ତାଙ୍କ ଆଘାତ ଗୁରୁତର ନୁହେଁ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୪ ରନ ସଂଗ୍ରହ କରିଛି । ହରମନପ୍ରୀତ କୌର ଆକର୍ଷଣୀୟ ଶତକ ହାସଲ କରି ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଶନିବାର ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚ ବେଳେ ଭାରତୀୟ ପୁରୁଷ ଟିମର ଉଦୀୟମାନ ଖେଳାଳି ଈଶାନ କିଶାନଙ୍କ ମୁଣ୍ଡରେ ବଲ ବାଜିଥିଲା ।
Comments are closed.