ନୂଆଦିଲ୍ଲୀ: ଦେଶରେ ବଢ଼ି ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରତି ମିନିଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅନେକ ଲୋକ। ସରକାର ମଧ୍ୟ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କଡ଼ା ଆଇନ ଆଣୁଛନ୍ତି। ହେଲେ ସାଧାରଣ ଲୋକ ଯଦି ସତର୍କ ନହୋଇ ଗାଡ଼ି ଚଳାଇବେ କେମିତି ରୋକି ହେବ ସଡ଼କ ଦୁର୍ଘଟଣା। ମଦ୍ୟପାନକରି ବେପରୁଆ ଗାଡ଼ି ଚାଳକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଯାହା ସଡ଼କ ଦୁର୍ଘଟଣାର ଅନ୍ୟତମ ଏକ ବଡ଼ କାରଣ। ଆଜି ଆପଣଙ୍କୁ ଆମେ ଏହି ସଡ଼କ ଦୁର୍ଘଟଣା ସହ ଜଡ଼ିତ ଏମିତି ଏକ ତଥ୍ୟ ଦେବୁ ଯାହାକୁ ପଢ଼ିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଜାଣିଛନ୍ତି କେଉଁ ରାଜ୍ୟରେ ଅଧିକ ହୋଇଥାଏ ସଡ଼କ ଦୁର୍ଘଟଣା ? ଯାହାର କାରଣ ବି ଶୁଣିଲେ ଆପଣ ଡରି ଯିବେ।
ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଏକ ଲକ୍ଷ 78 ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଏଥିମଧ୍ୟରୁ କେବଳ 60 ପ୍ରତିଶତ ଲୋକଙ୍କ ବୟସ ହେଉଛି 18ରୁ 34 ବର୍ଷ । ଯଦି ଆମ ରାଜ୍ୟ କଥା କହିବା ତେବେ ଉତ୍ତର ପ୍ରଦେଶରେ ଅଧିକ ସଡ଼କ ଦୁର୍ଘଟଣା ହେଉଛି। ସେହିପରି ଯଦି ସହର କଥା କହିବା ତେବେ ଦିଲ୍ଲୀରେ ଅଧିକ ସଡ଼ ଦୁର୍ଘଟଣା ହେଉଛି। ସୂଚନା ଅନୁସାରେ, ଉତ୍ତର ପ୍ରଦେଶରେ ଗତ ବର୍ଷ ସଡ଼କ ଦୁର୍ଘଟଣାରେ 23 ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସେହିକ୍ରମରେ ତାମିଲନାଡୁରେ 18 ହଜାର ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 15 ହଜାର ଓ ମଧ୍ୟପ୍ରଦେଶରେ 13 ହଜାର ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ଏହା ବ୍ୟତୀତ ରାଜଧାନୀ ଦିଲ୍ଲୀରେ ଗତ ବର୍ଷ ସଡ଼କ ଦୁର୍ଘଟଣାରେ ଏକ ହଜାର 400ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଜୟପୁରରେ ଏହି ସଂଖ୍ୟା ହେଉଛି 850। ସବୁଠାରୁ ବଡ଼ କଥା ହେଉଛି ଏହି ସଡ଼କ ଦୁର୍ଘଟଣାର ବଡ଼ କାରଣ ହେଉଛି ଭୁଲ ରାସ୍ତାରେ ଗାଡ଼ି ଚଳାଇବା। ଅର୍ଥାତ ନିଜ ଲାଇନରେ ଗଡ଼ି ନ ଚଳାଇ ଅନ୍ୟ ଲାଇନକୁ ପଳାଇବା। ଏହାବ୍ୟତୀତ ଦ୍ରୁତ ଗତିରେ ଗାଡ଼ି ଚଳାଇବା ମଧ୍ୟ ସଡ଼କ ଦୁର୍ଘଟଣାର ଅନ୍ୟ ଏକ ମୁଖ୍ୟ କାରଣ।
Comments are closed.