Latest Odisha News

BREAKING NEWS

କାନାଡ଼ାରେ ନିଖୋଜ ଥିବା ଭାରତୀୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:କାନାଡାରେ ଭାରତୀୟ ଛାତ୍ରୀ ବଂଶିକା ସାଇନିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ପଞ୍ଜାବର ଡେରାବସିର ବାସିନ୍ଦା ବଂଶିକା ଅଢ଼େଇ ବର୍ଷ ପୂର୍ବେ ଓଟାୱା ଯାଇ ଏକ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସେ ଚାରି ଦିନ ପୂର୍ବରୁ ନିଖୋଜ ଥିଲେ । ଏବେ ତାଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି ।

ବଂଶିକା ଗତ ଏପ୍ରିଲ ୨୫ ତାରିଖ ସନ୍ଧ୍ୟାରେ ଘର ଦେଖିବା ପାଇଁ ବାହାରିଥିଲେ କିନ୍ତୁ ଆଉ ଫେରି ନଥିଲେ। ଏବେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସମୁଦ୍ର କୂଳରୁ ଉଦ୍ଧାର ହୋଇଛି। ୨୧ ବର୍ଷୀୟା ବଂଶିକା ସାଇନି ଦୁଇ ବର୍ଷରୁ ଅଧିକ ସମୟ ଧରି କାନାଡାରେ ରହୁଥିଲେ। ସେ ପଞ୍ଜାବର ଆମ ଆଦମୀ ପାର୍ଟିର ନେତା ଦବିନ୍ଦର ସୈନିଙ୍କ ଝିଅ ଥିଲେ।

ଭାରତୀୟ ହାଇ କମିଶନ ବଂଶିକାଙ୍କ ମୃତ୍ୟୁ ବିଷୟରେ ତାଙ୍କ ପରିବାରକୁ ଜଣାଇଛି ଏବଂ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଛି।

 

Comments are closed.