Latest Odisha News

BREAKING NEWS

ଭାରତୀୟ ଛାତ୍ରଛାତ୍ରୀଙ୍କ କ୍ବାରେଣ୍ଟାଇନ୍‌ ସୁବିଧା ପାଇଁ ୧୦ କୋଟି ଦେଲେ ଆଦର ପୁନାୱାଲା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ କେତେକ ଦେଶରେ ବିନା କ୍ବାରେଣ୍ଟାଇନ୍‌ରେ ଯାତ୍ରା ପାଇଁ ଅନୁମୋଦନ ମିଳିନାହିଁ। ସେରମ୍‌ ସିଇଓ ଆଦର ପୁନାୱାଲା ବିଦେଶରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ପାଣ୍ଠି ଦେବା ପାଇଁ ୧୦ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି ପୁନାୱାଲା।

ସେ କହିଛନ୍ତି ଯେହେତୁ କିଛି ଦେଶରେ କୋଭିଶିଲ୍ଡ ଟିକା ଲୋକଙ୍କୁ ବିନା ସଙ୍ଗରୋଧରେ ପ୍ରବେଶକୁ ଅନୁମତି ମିଳିନାହିଁ ସେଥିପାଇଁ ଛାତ୍ରଛାତ୍ରୀଙ୍କ କିଛି ଖର୍ଚ୍ଚ କରିବାକୁ ପଡିପାରେ। ମୁଁ ଏଥିପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିଛି। ଆବଶ୍ୟକ ହେଲେ ଆର୍ଥିକ ସହାୟତା ପାଇଁ ନିମ୍ନରେ ଆବେଦନ କରନ୍ତୁ ବୋଲି ପୁନାୱାଲା ଗୁରୁବାର ସକାଳେ ଏକ ଟ୍ୱିଟରେ କହିଛନ୍ତି।

Comments are closed.