Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସ: ଟିଟିରେ ଭାରତର ଖେଳାଳିଙ୍କ ଅପେକ୍ଷା ସହଯୋଗୀ ଷ୍ଟାଫଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଭାରତୀୟ ଆଥଲେଟମାନେ ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଭାରତର ଉଭୟ ପୁରୁଷ ଓ ମହିଳା ଟିମ ଏଥର ଅଂଶଗ୍ରହଣ କରୁଛନ୍ତି । ସବୁଠାରୁ ମଜାର କଥା ଖେଳାଳିଙ୍କ ତୁଳନାରେ ଅଧିକ କୋଚ ଏହି ଟିମ ସହିତ ଯାଉଛନ୍ତି । ଷ୍ଟାର ଖେଳାଳି ମନିକା ବତ୍ରା, ଶ୍ରୀଜା ଅକୁଲା ଓ ଅର୍ଚ୍ଚନା କାଥମ ସେମାନଙ୍କ ବ୍ୟକ୍ତିଗତ କୋଚଙ୍କ ସହ ଯିବେ । ସରକାର ୪ଜଣ କୋଚଙ୍କୁ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ୬ଜଣ ଖେଳାଳିଙ୍କ ୯ଜଣ ସହଯୋଗୀ ଷ୍ଟାଫ ଯିବେ ।

ଅଭିଜ୍ଞ ଷ୍ଟାର ଖେଳାଳି ଶରଥ କମାଲ ଏଥର ଧ୍ୱଜବାହକ ହେବେ । ପୁରୁଷ ବିଭାଗରେ ତାଙ୍କ ସହିତ ହରମୀତ ଦେଶାଇ ଓ ମାଦବ ଠକ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଅବଶ୍ୟ ବ୍ୟକ୍ତିଗତ କୋଚ ପ୍ରତିସ୍ପର୍ଦ୍ଧା ସ୍ଥଳ କିମ୍ବା କ୍ରୀଡା ଭିଲେଜକୁ ଯାଇପାରିବେ ନାହିଁ । ୨୦୨୧ରେ ମନିକା ରାଷ୍ଟ୍ରୀୟ କୋଚ ସୌମ୍ୟଦୀପ ରାୟଙ୍କ ସହଯୋଗ ନେବାକୁ ମନା କରି ଦେଇଥିଲେ । ପରେ ସେ ତାଙ୍କ ବିରୋଧରେ ମ୍ୟାଚ ଫିକ୍ସିଂର ଅଭିଯୋଗ ମଧ୍ୟ ଆଣିଥିଲେ ।

Comments are closed.