Latest Odisha News

BREAKING NEWS

ବସ ଭିତରେ ହୋଲି ଖେଳିଲେ ଟିମ ଇଣ୍ଡିଆ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୯ରୁ ଖେଳାଯିବ । ଭାରତୀୟ କ୍ରିକେଟ ଟିମ ଏଥିରେ ବିଜୟ ହାସଲ କରି ସିରିଜ ହାତେଇବା ସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବାକୁ ଚାହିଁବ । ଭାରତ ସିରିଜରେ ୨-୧ରେ ଅଗ୍ରଣୀ ରହିଛି । ଅହମ୍ମଦାବାଦ ଯିବା ଅବସରରେ ଆଜି ଟିମ ଇଣ୍ଡିଆର ଖେଳାଳିମାନେ ବସ ଭିତରେ ହୋଲିର ମଜା ଉଠାଇଥିଲେ । ଖେଳାଳିମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଂଉଟରେ ଏହାର ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି । ସୂର୍ଯ୍ୟକୁମାର ଯାଦବ,ଈଶାନ କିଶାନ ଓ ଅନ୍ୟମାନେ ହୋଲିର ଅଭିନନ୍ଦନ ସମସ୍ତଙ୍କୁ ଜଣାଇଛନ୍ତ ।

ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଛି । ମହିଳା ପ୍ରିମିୟର ଲିଗ ଖେଳିବାକୁ ଆସିଥିବା ବିଦେଶୀ ଖେଳାଳିମାନେ ଏବଂ ଅଷ୍ଟ୍ରେଲିଆ ପୁରୁଷ ଟିମର ସଦସ୍ୟ ମଧ୍ୟ ହୋଲିର ମଜା ଉଠାଇଛନ୍ତି । ସଚିନ ତେନ୍ଦୁଲକର ହୋଲି ଖେଳିବା ପରେ ଗୋଟିଏ ଫଟୋ ଶେୟାର କରି ପ୍ରଶଂସକଙ୍କୁ ସେ କଣ ଖାଇବା ପାଇଁ ଧରିଛନ୍ତି ବୋଲି ପଚାରିଛନ୍ତି ।

Leave A Reply

Your email address will not be published.