Latest Odisha News

BREAKING NEWS

୮ ବର୍ଷ ପରେ ଟି୨୦ ସିରିଜ ଖେଳିବାକୁ ଜିମ୍ବାୱେ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ୮ ବର୍ଷ ପରେ ଭାରତୀୟ କ୍ରିକେଟ ଟିମ ଟି୨୦ ସିରିଜ ଖେଳିବା ପାଇଁ ଜୁଲାଇରେ ଜିମ୍ବାୱେ ଗସ୍ତରେ ଯିବ । ଉଭୟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରିଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି । ୬ ଜୁଲାଇରୁ ୧୪ ମଧ୍ୟରେ ମ୍ୟାଚଗୁଡିକ ଖେଳାଯିବ । ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଏହି ସିରିଜର ଆୟୋଜନ କରାଯାଇଛି ବୋଲି ଜିମ୍ବାୱେ ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ସିରିଜ ନେଇ ଆମେ ବେଶ ରୋମାଂଚିତ ଅଛୁ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ମଧ୍ୟ ଏହି ସିରିଜ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଜିମ୍ବାୱେ କ୍ରିକେଟର ପୁର୍ନଗଠନ ପାଇଁ ଆମର ସମସ୍ତ ସହଯୋଗ ତାଙ୍କ ସହିତ ରହିଛି ବୋଲି ସେ କହିଛନ୍ତି । ଓଭରାଲ ୪ର୍ଥ ଥର ପାଇଁ ଜିମ୍ବାୱେ ଗସ୍ତରେ ଯିବ ଭାରତ । ଏହା ପୂର୍ବରୁ ୨୦୧୦, ୨୦୧୫ ଓ ୨୦୧୬ରେ ସିରିଜ ଖେଳା ଯାଇଥିଲା । ୨୦୧୦ ଓ ୧୬ରେ ଟିମ ଇଣ୍ଡିଆ ସିରିଜ ଜିତିଥିବା ବେଳେ ୧୫ରେ ଏହା ବରାବର ରହିଥିଲା ।

Leave A Reply

Your email address will not be published.