Latest Odisha News

BREAKING NEWS

ଆଇପିଏଲ: ବାଉଚରଙ୍କ ବୟାନ ନେଇ ରାଗିଗଲେ ରୋହିତଙ୍କ ପତ୍ନୀ

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ରୋହିତ ଶର୍ମା କାହିଁକି ଏହି ଗୁରୁତ୍ୱପୂର୍ଣ୍ଣ ପଦରୁ ହଟଗଲା ସେ ସମ୍ପର୍କରେ କୋଚ ମାର୍କ ବାଉଚର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଏକ କ୍ରିକେଟିଂ ନିଷ୍ପତି ଥିଲା । ହାର୍ଦ୍ଦିକଙ୍କୁ ଟିମରେ ସାମିଲ କରିବା ପାଇଁ ୱିଣ୍ଡୋ ପରିୟଡକୁ ମଧ୍ୟ ଗୁରୁତ୍ୱ ଦିଆ ଯାଇଥିଲା । ଅଧିକାଂଶ ଭାରତୀୟ ଏହାକୁ ବୁଝିପାରିବେ ନାହିଁ । ପ୍ରଶଂସକ ଅନାବଶ୍ୟକ ଭାବେ ଭାବୁକ ହୋଇ ପଡିଥାନ୍ତି । ରୋହିତ ଏଥର ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ । ତାଙ୍କ ଉପରୁ ଆମେ ବୋଝ ହଟେଇବାକୁ ଚାହୁଁଥିଲୁ । ଆଇପିଏଲର ଗ୍ଲାମର ମଧ୍ୟ ଏହି ନିଷ୍ପତି ପଛରେ ଏକ କାରଣ ଥିଲା ବୋଲି ସେ କହିଛନ୍ତି ।

ବିଜ୍ଞାପନ, ଫଟୋଶୁଟରେ ରୋହିତଙ୍କ ଉପସ୍ଥିତି ଦର୍ଶକଙ୍କୁ ଆନନ୍ଦ ପ୍ରଦାନ କରୁଥିଲା । ସେ କ୍ରିକେଟ ପ୍ରତି ମନୋନିବେଶ କରିପାରୁ ନ ଥିଲେ ବୋଲି ବାଉଚର କହିଛନ୍ତି । ତାଙ୍କର ଏହି ବୟାନ ପରେ ରୋହିତଙ୍କ ପତ୍ନୀ ରିତିକା ସଜଦେହ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଏଥିରେ ଅନେକ କଥା ଭୁଲ ରହିଛି । ତାଙ୍କ ପ୍ରତିକ୍ରିୟା ପରେ ରୋହିତଙ୍କ ଅଧିନାୟକ ପଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପୁନର୍ବାର ଚର୍ଚ୍ଚାକୁ ଆସିଛି । ୨୦୨୩ରେ ରୋହିତ ୧୬ ମ୍ୟାଚରେ ୩୩୨ ରନ କରିଥିଲେ । ଯାହାକି ତାଙ୍କ ପ୍ରଦର୍ଶନ ତୁଳନାରେ ବହୁତ ଖରାପ ଥିଲା ।

Leave A Reply

Your email address will not be published.