Latest Odisha News

BREAKING NEWS

ଭାରତର ଦମଦାର୍ ବିଜୟ, ଶୃଙ୍ଖଳା ୧-୧ରେ ବରାବର୍

ଅକଲାଣ୍ଡ: ଘରୋଇ ପଡ଼ିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ୧-୧ରେ ଟି-୨୦ ଶୃଙ୍ଖଳାକୁ ବରାବର ସ୍ଥିତିରେ ରଖିପାରିଛି ଭାରତ । ନ୍ୟୁଜିଲାଣ୍ଡର ୧୫୮/୮ ଜବାବରେ ଭାରତ ୩ଟି ୱିକେଟ ହରାଇ ୧୬୨ ରନ କରି ବିଜୟ ହାସଲ କରିଛି ।

ନ୍ୟୁଜିଲାଣ୍ଡର ୧୫୮/୮ ରନ ପିଛା କରି ଭାରତ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଛି । କପ୍ତାନ ରୋହିତ ଶର୍ମାଙ୍କ ୨୯ଟି ବଲରେ ପ୍ରଶଂସନୀୟ ୫୦ ରନ ମଧ୍ୟରେ ୪ଟି ଛକା ଓ ୩ଟି ଚୌକା ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା । ସେହିପରି ଋଷଭ ପନ୍ଥ ୨୮ ବଲରେ ୪୦ ରନ ଏବଂ ମହେନ୍ଦ୍ର ସିଂ ଧୋନୀ ୧୭ଟି ବଲରେ ଉପଯୋଗୀ ୨୦ ରନ କରିଥିଲେ । ଦଳ ପକ୍ଷରୁ ଶିଖର ଧାୱନ ୩୦ ରନ ଏବଂ ବିଜୟ ଶଙ୍କର ୧୪ ରନ କରିପାରିଛନ୍ତି ।

ତେବେ ମାତ୍ର ୨୮ ରନ ବିନିମୟରେ ୩ଟି କିୱି ୱିକେଟ ନେଇ ମ୍ୟାଚର ମୋଡ଼ ବଦଳାଇ ଦେଇଥିବା ଭାରତୀୟ ବୋଲର୍ କ୍ରୁନାଲ ପାଣ୍ଡ୍ୟା ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ ହୋଇଛନ୍ତି ।

ଆସନ୍ତା ୧୦ ତାରିଖରେ ହାମିଲଟନଠାରେ ୩ୟ ତଥା ଚୂଡ଼ାନ୍ତ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.