Latest Odisha News

BREAKING NEWS

ପାରାଦୀପ: ଷ୍ଟଣ୍ଟମ୍ୟାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଲେ ୪ ଯୁବକ

ପାରାଦୀପ : ପାରାଦୀପର ମେରାଇନ୍ ଡ୍ରାଇଭ ରୋଡରେ ଗୁରୁବାର ଦିନ ପାଖାପାଖି ୪ ଜଣ ବ୍ୟକ୍ତି କିଛି ଷ୍ଟଣ୍ଟମ୍ୟାନଙ୍କ ଆକ୍ରମଣ ଶିକାର ହୋଇଛନ୍ତି ।

ଏହି ଘଟଣାରେ ବିକାଶ ଗୋଚ୍ଛାୟତ୍, ସରୋଜ ପାତ୍ର, କରଣ ଦାସ ଓ ସତ୍ୟଜିତ ସାହୁ ଆଦି ଆହତ ହୋଇଥିବା ନେଇ ଜଣାପଡିଛି । ଗୁରୁତର ଅବସ୍ଥାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପାରାଦୀପ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ ପାରାଦୀପ ମେରାଇନ୍ ଡ୍ରାଇଭ୍ ରୋଡରେ କିଛି ଯୁବକ ଷ୍ଟଣ୍ଟ କରୁଥିଲେ । ଷ୍ଟଣ୍ଟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଷ୍ଟଣ୍ଟମ୍ୟାନ୍ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଉକ୍ତ ଯୁବକମାନେ ହସିବା ସହ କମେଣ୍ଟ କରିଥିଲେ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଷ୍ଟଣ୍ଟ କରୁଥିବା ଯୁବକମାନେ ସେମାନଙ୍କୁ ଛୁରାମାଡ଼ କରିଥିଲେ ବୋଲି ଜଣାପଡିଛି ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.