Latest Odisha News

BREAKING NEWS

ଲଦାଖ ସୀମାରେ ଭାରତ ନିୟୋଜିତ କଲା ଏୟାର ଡିଫେନ୍ସ ମିଶାଇଲ

ନୂଆଦିଲ୍ଲୀ: ଚୀନର ସୁଃସାହସକୁ ରୋକିବା ପାଇଁ ଭାରତ ଲଦାଖର ଲାଇନ ଅଫ ଆକଚୁଆଲ କଂଟ୍ରୋଲ(ଏଲଏସି) ସୀମା ନିକଟରେ ଏୟାର ଡିଫେନ୍ସ ମିଶାଇଲ ନିୟୋଜିତ କରିଛି । ଚୀନର ହେଲିକପ୍ଟର ଗତିବିଧି ସୀମା ନିକଟରେ ବଢ଼ୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ରୁଷର ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଜଣେ ସୈନ୍ୟ ଆରାମରେ ନେବା ଆଣିବା କରିବା ସହ ଫାୟାର କରିପାରିବ ।

ଉଭୟ ଏୟାରଫୋର୍ସ ଓ ଆର୍ମି ଏହାକୁ ବ୍ୟବହାର କରିପାରିବେ । ପୂର୍ବରୁ ଭାରତ ସୀମାରେ ଅନ୍ୟ ଅତ୍ୟାଧୂନିକ ଶସ୍ତ୍ର ସାମଗ୍ରୀ ନିୟୋଜିତ କରିସାରିଛି । ବାରମ୍ବାର ଶାନ୍ତି ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ଚୀନ ତାର ଜିଦରୁ ଓହରୁ ନାହିଁ । ଯାହା ଫଳରେ ଉଭୟ ଦେଶର ସୀମା ନିକଟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ବଳବତର ରହିଛି ।

Leave A Reply

Your email address will not be published.