Latest Odisha News

BREAKING NEWS

ମାଟି ତଳେ ୨୦ ଘଣ୍ଟା…

ମୁମ୍ବାଇ: ରଖେ ହରି ତ ମାରେ କିଏ । ଭୁଶୁଡି ପଡିଲା ୫ ମହଲା କୋଠା । ଭଗ୍ନାବଶେଷ ତଳେ ଚାପି ରହିଥିଲା ଜୀବନ । ଦୀର୍ଘ ୨୦ ଘଂଟାର ସଂଘର୍ଷ । ଗତକାଲି(ସୋମବାର) ରାତିରୁ ଆଜି(ମଙ୍ଗଳବାର) ସଂଧ୍ୟା ଯାଏଁ ଧ୍ୱଂସାବଶେଷ ତଳେ ଥିଲା ୫ ବର୍ଷର ଶିଶୁ । ଚାଲିଥିଲା ରେସ୍‌କ୍ୟୁ ଅପରେସନ୍ । ଶେଷରେ ଅଭିଯାଜନ ସଫଳ ହୋଇଛି । ମାଟି ତଳୁ ଉଦ୍ଧାର ହୋଇଛି ୫ ବର୍ଷର କୁନି ପୁଅ ।

ମହାରାଷ୍ଟ୍ର ରାୟଗଡରେ ୫ ମହଲା କୋଠା ଭୁଶୁଡିବା ପରେ ଭଗ୍ନାବଶେଷ ତଳୁ ଏହି ଶିଶୁଟିକୁ ଉଦ୍ଧାର କରାଯାଇଛି । ସୋମବାର ରାୟଗଡରେ ଥିବା ଏହ ୫ ମହଲା କୋଠା ଭୁଶୁଡି ପଡିଥିଲା । ଏହି କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଯାଇଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଭଗ୍ନାବଶେଷ ତଳୁ ୫ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଏନଡିଆରଏଫର ଡେପୁଟି କମାଣ୍ଡାଣ୍ଟ୍ ଏନେଇ ସୂଚନା ଦେଇଛନ୍ତି । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ମଧ୍ୟ ସୂଚନା ମିଳିଛି ।

ଏନଡିଆରଏଫ ଅଧିକାରୀଙ୍କ କହିବାନୁସାରେ, ଶିଶୁଟି ଏକ କୋଣରେ ଫସି ରହିଥିଲା । ୨ ଜଣ ଯବାନ ଭଗ୍ନାବଶେଷ ଉଠାଇବା ବେଳେ ଶିଶୁଟିକୁ ଠାବ କରାଯାଇଥିଲା । ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭଗ୍ନାବଶେଷ ତଳେ ୫ ବର୍ଷର ଛୁଆ ଜୀବିତ ରହିବା ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ !

ଅନ୍ୟପଟେ ଶିଶୁଟିର ପରିବାର ସଦସ୍ୟମାନେ ଏବେ ବି ଭଗ୍ନସ୍ତୁପ ମଧ୍ୟରେ ଫସି ରହିପାରିଥାନ୍ତ ବୋଲିଏନଡିଆରଏଫ୍‌ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳର କର୍ମଚାରୀମାନେ ସନ୍ଦେହ କରୁଛନ୍ତି । ଅନ୍ୟ ପକ୍ଷରେ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଥିବାବେଳେ ଏବେ ବି ଆହୁରି ୧୦-୧୨ ଜଣ ଲୋକ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ଭିତରେ ଫସି ରହିଥିବାର ଆଶଙ୍କା କରାଯାଉଛି।

Leave A Reply

Your email address will not be published.