ବ୍ରହ୍ମପୁର:ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍ ଉପରେ ଶନିବାର ସନ୍ଧ୍ୟାରେ ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। ଚଢ଼ଉ ହୋଇଥିବା ଘରୋଇ ନର୍ସିଂହୋମ୍ଗୁଡ଼ିକ ହେଲା ବ୍ରହ୍ମପୁର କାର୍ଡିଆକ ସେଣ୍ଟ, ଜଗନ୍ନାଥ ହସ୍ପିଟାଲ, ଯଶୋଦା ଡାଇଗ୍ନୋସିସ୍, ଆସ୍ଥା ହସ୍ପିଟାଲ୍, ଗୁରୁଦେବ ହସ୍ପିଟାଲ ଏବଂ ଅମିତ ହସ୍ପିଟାଲ୍। ଏହି ନର୍ସିଂହୋମ୍ଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା ଯଥା କୋଠାର ଦଖଲ ପ୍ରମାଣପତ୍ର(ଅକୁପାନ୍ସି ସାର୍ଟିଫିକେଟ)ର ବୈଧତା, ଜୈବିକ ବର୍ଯ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା, ଟ୍ରେଡ୍ ଲାଇସେନ୍ସ, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡର ପଞ୍ଜିକରଣ ସଂପର୍କରେ ଯାଞ୍ଚ କରିଥିଲେ। ତେବେ ଚଢ଼ଉ ବେଳେ ଗୋଟିଏ ନର୍ସିଂହୋମ୍ ମାଲିକଙ୍କ ପକ୍ଷରୁ ଅଧିକାରୀଙ୍କ ଦୁର୍ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଥିଲା।
ଆୟୁକ୍ତ ସୋନାଲଙ୍କ କହିବାନୁଯାୟୀ, ଏମକେସିଜି ମେଡ଼ିକାଲ ଆଖାପାଖରେ ଥିବା ନର୍ସିଂହୋମ୍ଗୁଡ଼ିକ ଉପରେ ଚଢ଼ଉ କରାଯାଇଛି। ଯେଉଁ ସବୁ ଆବଶ୍ୟକୀୟ ପ୍ରମାଣପତ୍ର ରହିବା କଥା, ତାହା ରଖାଯାଇଛି ନା’ ନାହିଁ ଯାଞ୍ଚ ହୋଇଛି। ଏଏନ୍ଏମ୍, ଡାକ୍ତର ଆବଶ୍ୟକତା ଅନୁଯାୟୀ ଅଛନ୍ତି କି ନାହିଁ ଯାଞ୍ଚ କରାଯାଇଛି। ଯେଉଁ ସବୁ ଆଇନ୍ର ଉଲଂଘନ କରାଯାଇଛି, ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେତେକ ନର୍ସିଂହୋମ୍ରେ ଅକୁପାନ୍ସି ସାର୍ଟିଫିକେଟ୍ ନାହିଁ। ପ୍ଲାନ୍ ଆପ୍ରୁଭାଲକୁ ଉଲଂଘନ ହୋଇ କୋଠା ନିର୍ମାଣ କରାଯାଇଛି। ସିଲିଂଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଜେନେରାଲ ୱାର୍ଡଗୁଡ଼ିକ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ଆବର୍ଜନାର ପୃଥକିକରଣ କରାଯାଉ ନାହିଁ। ଯୁକ୍ତ ଦୁଇ ପିଲାଙ୍କୁ ଅେସ୍ତ୍ରାପଚାର କୋଠରୀରେ ନିୟୋଜିତ କରାଯାଇଛି। ଔଷଧ ଦୋକାନରେ ଫାର୍ମାସିଷ୍ଟ ନାହାନ୍ତି। ଫାର୍ମାସି ଲାଇସେନ୍ସ ନଥିବା କର୍ମଚାରୀମାନେ ଔଷଧ ଦେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ବ୍ରହ୍ମପୁର ଉପଜିଲାପାଳ କୁଲକର୍ଣ୍ଣି କହିଛନ୍ତି ଯେ, ଚଢ଼ଉ ବେଳେ ରୋଗୀମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଲାଭ ପାଉଛନ୍ତି ନା ନାହିଁ ପଚରା ଯାଇଥିଲା। ସରକାରୀ ଡାକ୍ତରଖାନାରେ ସବୁ ସୁବିଧା ଥିବା ସତ୍ତ୍ବେ କାହିଁକି ଘରୋଇ ନର୍ସିଂହୋମ୍କୁ ଆସିଛନ୍ତି ବୋଲି ପ୍ରଶ୍ନ କରିବାରୁ ସେମାନେ ସରକାରୀ ସୁବିଧା ବିଷୟରେ ଜାଣିନଥିବା ପ୍ରକାଶ କରିଥିଲେ। ଅେସ୍ତ୍ରାପଚାର ଗୃହରେ ରୋଗୀଙ୍କୁ ଡ୍ରେସିଂ ପାଇଁ ଯୁକ୍ତ ଦୁଇ ପିଲାଙ୍କୁ ନିୟୋଜିତ କରାଯାଇଛି। ଚଢ଼ଉକୁ ଅମିତ ହସ୍ପିଟାଲର ମାଲିକ ଡା. ସୁବାସ ଚନ୍ଦ୍ର ବିଷୋୟୀଙ୍କ କହିବାନୁଯାୟୀ, ଯାଞ୍ଚ ବେଳେ ଯେଉଁ ସବୁ ପ୍ରମାଣପତ୍ର ଦରକାର ତାହା ଦିଆଯାଇଛି। କିନ୍ତୁ କେତେକ ପ୍ରମାଣପତ୍ର ଘରେ ରହିଯାଇଛି। ଅେସ୍ତ୍ରାପଚାର ଗୃହରେ ଯୁକ୍ତ ଦୁଇ ନୁହଁ, ଯୋଗ୍ୟମାନଙ୍କୁ ନିୟୋଜିତ କରାଯାଇଛି।
BREAKING NEWS
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କଲା ECoR
- ୧୯ ବର୍ଷରୁ କମ ମହିଳା କ୍ରିକେଟ: ବିସିସିଆଇ ନିକଟରେ ଅଭିଯୋଗ କଲା ଝାରଖଣ୍ଡ
- ଭାଷାକୁ ବର୍ଣ୍ଣାଶୁଦ୍ଧିରୁ ମୁକ୍ତ କରିବା ପାଇଁ ଡିସେମ୍ବର ୧୪ ‘ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ’ ଘୋଷଣା
- ସିଆଇଡି ସ୍ରଷ୍ଟା ବି.ପି. ସିଂହଙ୍କ ପରଲୋକ, ଶ୍ରଦ୍ଧାଂଜଳି ଜଣାଇଲେ ତାରକା
- E-20 ଅପପ୍ରଚାର ପେଡ୍ କ୍ୟାମ୍ପେନ୍ ଥିଲା କହିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ
- ଅଭିନେତା ଇମ୍ରାନ ଖାନ୍ ସାମାନ୍ୟ ଆଶ୍ୱସ୍ତ, ନଭେମ୍ବର ୨ ଯାଏଁ ହେବନି କାର୍ଯ୍ୟାନୁଷ୍ଠାନ

Comments are closed.