ବ୍ରହ୍ମପୁର:ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍ ଉପରେ ଶନିବାର ସନ୍ଧ୍ୟାରେ ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। ଚଢ଼ଉ ହୋଇଥିବା ଘରୋଇ ନର୍ସିଂହୋମ୍ଗୁଡ଼ିକ ହେଲା ବ୍ରହ୍ମପୁର କାର୍ଡିଆକ ସେଣ୍ଟ, ଜଗନ୍ନାଥ ହସ୍ପିଟାଲ, ଯଶୋଦା ଡାଇଗ୍ନୋସିସ୍, ଆସ୍ଥା ହସ୍ପିଟାଲ୍, ଗୁରୁଦେବ ହସ୍ପିଟାଲ ଏବଂ ଅମିତ ହସ୍ପିଟାଲ୍। ଏହି ନର୍ସିଂହୋମ୍ଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା ଯଥା କୋଠାର ଦଖଲ ପ୍ରମାଣପତ୍ର(ଅକୁପାନ୍ସି ସାର୍ଟିଫିକେଟ)ର ବୈଧତା, ଜୈବିକ ବର୍ଯ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା, ଟ୍ରେଡ୍ ଲାଇସେନ୍ସ, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡର ପଞ୍ଜିକରଣ ସଂପର୍କରେ ଯାଞ୍ଚ କରିଥିଲେ। ତେବେ ଚଢ଼ଉ ବେଳେ ଗୋଟିଏ ନର୍ସିଂହୋମ୍ ମାଲିକଙ୍କ ପକ୍ଷରୁ ଅଧିକାରୀଙ୍କ ଦୁର୍ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଥିଲା।
ଆୟୁକ୍ତ ସୋନାଲଙ୍କ କହିବାନୁଯାୟୀ, ଏମକେସିଜି ମେଡ଼ିକାଲ ଆଖାପାଖରେ ଥିବା ନର୍ସିଂହୋମ୍ଗୁଡ଼ିକ ଉପରେ ଚଢ଼ଉ କରାଯାଇଛି। ଯେଉଁ ସବୁ ଆବଶ୍ୟକୀୟ ପ୍ରମାଣପତ୍ର ରହିବା କଥା, ତାହା ରଖାଯାଇଛି ନା’ ନାହିଁ ଯାଞ୍ଚ ହୋଇଛି। ଏଏନ୍ଏମ୍, ଡାକ୍ତର ଆବଶ୍ୟକତା ଅନୁଯାୟୀ ଅଛନ୍ତି କି ନାହିଁ ଯାଞ୍ଚ କରାଯାଇଛି। ଯେଉଁ ସବୁ ଆଇନ୍ର ଉଲଂଘନ କରାଯାଇଛି, ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେତେକ ନର୍ସିଂହୋମ୍ରେ ଅକୁପାନ୍ସି ସାର୍ଟିଫିକେଟ୍ ନାହିଁ। ପ୍ଲାନ୍ ଆପ୍ରୁଭାଲକୁ ଉଲଂଘନ ହୋଇ କୋଠା ନିର୍ମାଣ କରାଯାଇଛି। ସିଲିଂଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଜେନେରାଲ ୱାର୍ଡଗୁଡ଼ିକ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ଆବର୍ଜନାର ପୃଥକିକରଣ କରାଯାଉ ନାହିଁ। ଯୁକ୍ତ ଦୁଇ ପିଲାଙ୍କୁ ଅେସ୍ତ୍ରାପଚାର କୋଠରୀରେ ନିୟୋଜିତ କରାଯାଇଛି। ଔଷଧ ଦୋକାନରେ ଫାର୍ମାସିଷ୍ଟ ନାହାନ୍ତି। ଫାର୍ମାସି ଲାଇସେନ୍ସ ନଥିବା କର୍ମଚାରୀମାନେ ଔଷଧ ଦେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ବ୍ରହ୍ମପୁର ଉପଜିଲାପାଳ କୁଲକର୍ଣ୍ଣି କହିଛନ୍ତି ଯେ, ଚଢ଼ଉ ବେଳେ ରୋଗୀମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଲାଭ ପାଉଛନ୍ତି ନା ନାହିଁ ପଚରା ଯାଇଥିଲା। ସରକାରୀ ଡାକ୍ତରଖାନାରେ ସବୁ ସୁବିଧା ଥିବା ସତ୍ତ୍ବେ କାହିଁକି ଘରୋଇ ନର୍ସିଂହୋମ୍କୁ ଆସିଛନ୍ତି ବୋଲି ପ୍ରଶ୍ନ କରିବାରୁ ସେମାନେ ସରକାରୀ ସୁବିଧା ବିଷୟରେ ଜାଣିନଥିବା ପ୍ରକାଶ କରିଥିଲେ। ଅେସ୍ତ୍ରାପଚାର ଗୃହରେ ରୋଗୀଙ୍କୁ ଡ୍ରେସିଂ ପାଇଁ ଯୁକ୍ତ ଦୁଇ ପିଲାଙ୍କୁ ନିୟୋଜିତ କରାଯାଇଛି। ଚଢ଼ଉକୁ ଅମିତ ହସ୍ପିଟାଲର ମାଲିକ ଡା. ସୁବାସ ଚନ୍ଦ୍ର ବିଷୋୟୀଙ୍କ କହିବାନୁଯାୟୀ, ଯାଞ୍ଚ ବେଳେ ଯେଉଁ ସବୁ ପ୍ରମାଣପତ୍ର ଦରକାର ତାହା ଦିଆଯାଇଛି। କିନ୍ତୁ କେତେକ ପ୍ରମାଣପତ୍ର ଘରେ ରହିଯାଇଛି। ଅେସ୍ତ୍ରାପଚାର ଗୃହରେ ଯୁକ୍ତ ଦୁଇ ନୁହଁ, ଯୋଗ୍ୟମାନଙ୍କୁ ନିୟୋଜିତ କରାଯାଇଛି।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.