Latest Odisha News

ମହିଳା ଏଫଆଇଏଚ ସିରିଜ: ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଭାରତ ଚମ୍ପିଆନ

ହିରୋସିମା: ଜାପାନର ହିରୋସିମାଠାରେ ଅନୁଷ୍ଠିତ ହେଉଥିବା ମହିଳା ଏଫଆଇଏଚ ସିରିଜ ଫାଇନାଲ୍ସରେ ଭାରତୀୟ ଦଳ ୩-୧ ଗୋଲରେ ଜାପାନକୁ ପରାସ୍ତ କରି ଭାରତ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ।

ଘରୋଇ ଜାପାନୀ ଦର୍ଶକଙ୍କ ସମ୍ମୁଖରେ ଭାରତୀୟ ମହିଳା ହକି ଦଳ ଉନ୍ନତ ଖେଳ ପ୍ରଦର୍ଶନ କରିଛି । ଭାରତୀୟ ଦଳ ପକ୍ଷରୁ ରାଣୀ ମ୍ୟାଚର ୩ୟ ମିନିଟରେ ଏକ ସୁନ୍ଦର ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ । ଏହାର କିଛି ସମୟରେ ପରେ ଜାପାନ ଏକ ଗୋଲ ସ୍କୋର କରିବା ଫଳରେ ଖେଳ ବରାବର ରହିଥିଲା । ମ୍ୟାଚ ଦୀର୍ଘ ସମୟ ଧରି ଅମିମାଂସିତ ଆଡ଼କୁ ଗତି କରୁଥିବା ବେଳେ ଗୁରଜୀତ ଗୋଲ କରି ଦଳକୁ ୨-୧ ରେ ଅଗ୍ରଣୀ କରାଇଥିଲେ । ସେ ମ୍ୟାଚର ୬୦ ମିନିଟରେ ଆଉ ଏକ ଗୋଲ ଦେବା ଫଳରେ ଭାରତ ୩-୧ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଥିଲା ।

Leave A Reply

Your email address will not be published.