Latest Odisha News

BREAKING NEWS

ଓଡ଼ିଆ ସୁଟର୍ ଶ୍ରୀୟଙ୍କା ପୁଣି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ନୂଆଦିଲ୍ଲୀଠାରେ ଚାଲିଥିବା ସୁରେନ୍ଦ୍ର ସିଂହ ମେମୋରିଆଲ ସୁଟିଂ ଚାମ୍ପିୟନସିପରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସିନିୟର ବ୍ୟକ୍ତିଗତ ବିଭାଗର ୧୦ ମିଟର୍ ରାଇଫଲ୍ ବିଭାଗରେ ଏହି ସଫଳତା ହାସଲ କରିପାରିଛନ୍ତି ।

ଭାରତର ଜାତୀୟ ରାଇଫଲ୍ ଆସୋସିଏସନର ଉପ ସଭାପତି ତଥା ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ସିଂହଦେଓ ପୁରସ୍କାର ବିତରଣୀ ଉତ୍ସବରେ ଉପସ୍ଥିତ ରହିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ ମାସରେ ଶ୍ରୀୟଙ୍କା ଜର୍ମାନୀର ହାନୋଭରଠାରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଥିଲେ । ସେହିପରି ସେ ୧୦ ମିଟର ଏୟାର୍ ରାଇଫଲ୍ ବିଭାଗରେ ବ୍ୟକ୍ତିଗତ ରୌପ୍ୟ ଏବଂ ଅନ୍ତର୍ଜାତୀୟ ସୁଟିଂ ତାରକା ଗଗନ ନାରଙ୍ଗଙ୍କୁ ସାଥି କରି ମିକ୍ସଡ଼ ଡ଼ବଲ୍ସ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.