Latest Odisha News

ଆଇବିଏସଏ ୱାର୍ଲ୍ଡ ଗେମ୍ସ: ଦୃଷ୍ଟିହୀନ ଭାରତ ମହିଳା ଟିମ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ଭାରତର ଦୃଷ୍ଟିହୀନ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଫାଇନାଲରେ ସେମାନେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ୱିକେଟରେ ହରାଇବା ପରେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଏବଂ ପୁନର୍ବାର ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ଭାରତୀୟ ଦଳ ୩ ଥର ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୧୪ ରନ କରିଥିଲା ।

BjdElectrycity

ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ଏହା ପରେ ଭାରତ ନିକଟରେ ୩.୩ ଓଭରରେ ୪୨ ରନର ଲକ୍ଷ୍ୟ ପ୍ରଦାନ କରାଯାଇଥିଲା । ଭାରତ ଗୋଟିଏ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି । ଭାରତ ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହୋଇ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି ।

Leave A Reply

Your email address will not be published.