ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମର ଘୋଷଣା କରାଯାଇଛି । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ୩ଟି ଯାକ ଫର୍ମାଟରେ ମ୍ୟାଚ ଖେଳିବ । ବିଶ୍ୱକପ ୨୦୨୫ ଅବସରର ଆଘାତପ୍ରାପ୍ତ ହୋଇଥିବା ପ୍ରତୀକା ରାୱଲ ଫିଟ ହୋଇ ଦଳରେ ସ୍ଥାନ ପାଇଛନ୍ତି । ପ୍ରତୀକାଙ୍କ ବ୍ୟତୀତ ଅନ୍ୟ ୩ଜଣ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି । ସେମାନେ ହେଲେ ଅମତଜୋତ କୌର,କ୍ରାନ୍ତି ଗୌଡ ଓ ବୈଷ୍ଣବୀ ଶର୍ମା । ଏହି ଅବସରରେ ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଂଟ ପାଇଁ ଦଳ ଘୋଷଣା ହୋଇଛି । ଏହାର ନେତୃତ୍ୱ ରାଧା ଯାଦବ ନେବେ ।
ଟେଷ୍ଟ ଟିମ: ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ଶର୍ମା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ୟୁଜ, ଅମନଜୋତ କୌର, ଋଚା ଘୋଷ, ଉମା ଛେତ୍ରୀ, ପ୍ରତୀକା ରାୱଲ, ହରଲୀନ ଦେଓଲ, ଦୀପ୍ତି ଶର୍ମା, ରେଣୁକା ସିଂ, ସ୍ନେହ ରାଣା, କ୍ରାନ୍ତି ଗୌଡ, ବୈଷ୍ଣବୀ ଶର୍ମା, ସୟାଲୀ ସତଘରେ ।
ଭାରତ ଏ: ରାଧା ଯାଦବ(ଅଧିନାୟିକା), ହୁମୈରା କାଜୀ, ବୃନ୍ଦା ଦୀନେଶ, ଅନୁଷ୍କା ଶର୍ମା, ଦୀଆ ଯାଦବ, ତେଜଲ ହସନବୀସ, ନନ୍ଦନୀ କାଶ୍ୟପ, ମମତା ଏମ, ସୋନିଆ ମେଂଢ଼ିଆ, ମିନ୍ନୁ ମଣି, ତନୁଜା କଓଁର, ପ୍ରେମା ରାୱତ, ସାଇମା ଠାକରେ, ଜିନ୍ତମଣି କଲୀତା ଓ ନନ୍ଦିନୀ ଶର୍ମା ।