Latest Odisha News

ରେସଲର ଅନ୍ତିମ ଆଉ ଟିମକୁ କ୍ରୀଡା ଭିଲେଜ ଛାଡିବାକୁ ନିର୍ଦ୍ଦେଶ

ପ୍ୟାରିସ: ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଆଉ ଜଣେ ଭାରତୀୟ ରେସଲର ଅନ୍ତିମ ପଙ୍ଘାଲ ବିବାଦରେ ପଡିଛନ୍ତି । ଏପରିକି ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଅନ୍ତିମ ଏବଂ ଟିମକୁ କ୍ରୀଡା ଭିଲେଜ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମୁତାବକ ଅନ୍ତିମ ତାଙ୍କର ଅଧିକାରୀକ ମାନ୍ୟତା କାର୍ଡ ନିଜ ଛୋଟ ଭଉଣୀଙ୍କୁ ବ୍ୟବହାର କରିବା ପାଇଁ ଦେଇଥିଲେ । ସୁରକ୍ଷାକର୍ମୀ ତାଙ୍କ ଭଉଣୀଙ୍କୁ ଧରିବା ପରେ ଏହି ବିବାଦ ସମ୍ମୁଖକୁ ଆସିଥିଲା । ଫ୍ରାନ୍ସର ସୁରକ୍ଷା ଅଧିକାରୀ ଆଇଓଏକୁ ଏ ସମ୍ପର୍କରେ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ତିମ ତାଙ୍କ ଭଉଣୀଙ୍କୁ କ୍ରୀଡା ଭିଲେଜରୁ କିଛି ସାମଗ୍ରୀ ଆଣିବା ପାଇଁ ହୋଟେଲରୁ ପଠାଇଥିଲେ । ସେଠାରେ ପୋଲିସ ତାଙ୍କୁ ଧରିଥିଲା । ଏହା ପୂର୍ବରୁ ଅନ୍ତିମଙ୍କ ସହଯୋଗୀ ଷ୍ଟାଫ ଭଗତ ନିଶା ସେବନ କରି କ୍ୟାବରେ ଯାତ୍ରା କରୁଥିବା ବେଳେ ଧରା ପଡିଥିଲେ । ଅବଶ୍ୟ ଏହି ଘଟଣାକୁ ଚାପି ଦିଆ ଯାଇଥିଲା । ସେ ଯାହା ହେଉ ଅନ୍ତିମଙ୍କ ଏ ଭଳି ପଦକ୍ଷେପ ଯୋଗୁ ଭାରତର ସମ୍ମାନ ହାନି ହୋଇଛି ।

Comments are closed.