ନୂଆଦିଲ୍ଲୀ: ଆଜିକାଲିର ସମାଜ ଏପରି ହୋଇଗଲାଣି ଯେଉଁଠାରେ କୌଣସି ଛୋଟ ଛୋଟ ନିଷ୍ପତ୍ତି ନେବାକୁ ହେଲେ ମଧ୍ୟ ମଣିଷକୁ ଅନେକ ଥର ଭାବିବାକୁ ପଡ଼ିଥାଏ। କାରଣ ପ୍ରତ୍ୟେକ ନିଷ୍ପତ୍ତି ଉପଯୁକ୍ତ ବିଚାର ପରେ ନିଆଯାଇଥାଏ।
କିନ୍ତୁ କୌଣସି କାରଣ ନଥାଇ ଯଦି କେହି କିଛି ଜିନିଷକୁ ନେଇ ଅଧିକ ଚିନ୍ତା କରନ୍ତି ତାହେଲେ ଏହା ମାନସିକ ସହିତ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ତେବେ ଭାରତୀୟ ମାନଙ୍କ ପାଖରେ ଓଭରଥିଙ୍କିଙ୍ଗ କରିବାର ଅଭ୍ୟାସ ଅଧିକ ଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଏକ ସର୍ଭେରେ ବୃତ୍ତିଗତ ଏବଂ ସ୍ୱ ନିଯୁକ୍ତ ଲୋକଙ୍କୁ ସାମିଲ କରାଯାଇଥିଲା। ଯେଉଁଥିରେ ଟିୟର ର ୧, ୨ ଏବଂ ୩ ସହର ଅନ୍ତର୍ଭୁକ୍ତ ଥିଲା। ଏଥିରେ ସାମିଲ ଥିବା ବ୍ୟକ୍ତି ମାନେ ନିଜର ଜୀବନଶୈଳୀ ଅଭ୍ୟାସ, ସାମାଜିକ ଜୀବନ, ଡେଟିଂ, ସମ୍ପର୍କ ଏବଂ ବୃତ୍ତିଗତ ଜୀବନକୁ ନେଇ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ଭାରତରେ ପ୍ରାୟ ୮୧ ପ୍ରତିଶତ ଲୋକ ଦିନକୁ ତିନି ଘଣ୍ଟାରୁ ଅଧିକ ସମୟ ଅନାବଶ୍ୟକ ଜିନିଷ ବିଷୟରେ ଭାବି ନିଜର ସମୟ ନଷ୍ଟ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ସମସ୍ୟା ପ୍ରତି ତିନି ଜଣ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଦେଖାଦେଇଥାଏ। କାହାକୁ ଉପହାର ଦେବା ଠାରୁ ଆରମ୍ଭ କରି କ୍ୟାରିଅର ବାଛିବା ଓ ନିଜ ମନର କଥା ବୁଝିବା ପାଇଁ ମଧ୍ୟ ଲୋକମାନେ ChatGPT ଭଳି AI ରୁ ପରାମର୍ଶ ନେଉଛନ୍ତି।
ତେବେ ଏହା କେବଳ ବଡ଼ ସହର ମଧ୍ୟରେ ସୀମିତ ନୁହେଁ ଛୋଟ ସହରରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳୁଛି।ଅଧିକାଂଶ ଲୋକ ସୋସିଆଲ ମିଡିଆରେ ପୋଷ୍ଟ ଦେଖିବା ସହ ଅଫିସରେ ବସ୍ଙ୍କ OK ମେସେଜର ଅର୍ଥ ଖୋଜିବା ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟରେ କଣ ଅର୍ଡର କରିବେ ଏବଂ ସୋସିଆଲ ମିଡ଼ିଆରେ କଣ ସେୟାର କରିବେ ତାକୁ ନେଇ ମଧ୍ୟ ଅନେକ ଚିନ୍ତା କରିଥାନ୍ତି।
ଏହି ଅଧ୍ୟୟନ U Goa ନାମକ ଏକ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ଦ୍ୱାରା କରାଯାଇଛି। ତେବେ ଏସବୁ ସମସ୍ୟା ଦୈନନ୍ଦିନ ଅଭ୍ୟାସରେ ପରିଣତ ହେବା ସହ ଏହା ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଚାଲିଛି।
Comments are closed.