Latest Odisha News

ପ୍ରସ୍ତାବ ରଖିଲେ ମୋଦି, ପ୍ରତିଶ୍ରୁତି ଦେଲେ ପୁଟିନ୍

ନୂଆଦିଲ୍ଲୀ: ରୁଷିଆ ଫେରାଇବ ସବୁ ସୈନ୍ୟ । ରୁଷିଆ ସୈନ୍ୟରେ କାମ କରୁଥିବା ସମସ୍ତ ଭାରତୀୟଙ୍କ ସ୍ବଦେଶ ପ୍ରସ୍ଥାନ ପ୍ରସ୍ତାବକୁ ଗ୍ରହଣ କଲେ ରୁଷ ରାଷ୍ଟ୍ରପତି । କହିଲେ, ଭାରତୀୟ ଦେଶକୁ ଶୀଘ୍ର ଫେରିବେ ।

ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଯାଇଛନ୍ତି। ଏହି ଗସ୍ତରେ ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ଦେଶକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି। ଯାହାକୁ ଗ୍ରହଣ କରିବା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଭାରତୀୟମାନେ ଶୀଘ୍ର ଦେଶକୁ ଫେରିବେ।

ତେବେ କହିରଖୁଛୁ, ରୁଷିଆର ସେନା ସହ ଯୋଗ ଦେଇଥିବା ଭାରତୀୟ ନାଗରିକମାନେ ୟୁକ୍ରେନ ବିରୋଧରେ ଲଢିବାକୁ ବାଧ୍ୟ ହେଉଛନ୍ତି । ସୁରକ୍ଷା ସହାୟକ ଭାବେ କାମ କରିବା ପାଇଁ ଭାରତୀୟମାନଙ୍କୁ ପ୍ରତାରଣା କରି ସୀମାକୁ ପଠାଯାଉଛି । ନଭେମ୍ବର ୨୦୨୩ ରୁ ପ୍ରାୟ ୧୮ ଜଣ ଭାରତୀୟ ରୁଷିଆ-ୟୁକ୍ରେନ ସୀମାରେ ଫସି ରହିଛନ୍ତି। ୨୦୨୨ରୁ ଯୁଦ୍ଧ ଆରମ୍ଭ ହେବା ଭିତରେ ପ୍ରାୟ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଯାହାକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ବହୁବାର ଘେରିଛନ୍ତି । ଆଉ ଏବେ ରୁଷ ଗସ୍ତରେ ଥିବା ମୋଦି ଭାତୀୟଙ୍କୁ ଦେଶକୁ ଫେରାଇବା ପ୍ରସଙ୍ଗ ଉଠାଇଥିବା ବେଳେ ଏଥିରେ ହଁ ଭରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍ ।

ସେମାବାର ମସ୍କୋରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତି ପୁଟିନ୍ ମୋଦିଙ୍କୁ ଭବ୍ୟ ସ୍ବାଗତ ସହ ଫୋଛୋଟି ନେଇଥିଲେ । ଏହାପରେ ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନରେ ଏକାଠି ହୋଇଥିଲେ ଦୁଇ ନେତା । ଆଉ ଆଜି ୨୨ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ଅଷ୍ଟ୍ରିଆ ଗସ୍ତରେ ବାହାରିବେ ମୋଦି ।

Comments are closed.