Latest Odisha News

BREAKING NEWS

ଅନଲାଇନ ଅନ୍ତର୍ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ: କରୋନା ଯୋଗୁ ସମସ୍ତ କ୍ରୀଡା ପ୍ରତିଯୋଗିତା ବନ୍ଦ ରହିଛି । ତେବେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଅନଲାଇନ ଅନ୍ତର୍ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭାରତୀୟ ଶୁଟର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମେଘନା ସଜ୍ଜନର ୧୦ମିଟର ଏୟାର ରାଇଲଫଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେ ୬୩୦.୫ ପଂଏଟ ପାଇଥିଲେ । ଅଷ୍ଟ୍ରିଆର ମାର୍ଟିନ ଷ୍ଟ୍ରେମ୍ଫଲ ୬୩୨.୫ ପଏଂଟ ସହ ପ୍ରଥମ ସ୍ଥାନରେ ରହିଥିଲେ ।

୧୦ ମିଟର ଏୟାର ପିସ୍ତଲରେ ଅମନପ୍ରୀତ ସିଂ ପ୍ରଥମ ସ୍ଥାନରେ ରହିଛନ୍ତି । ଆଶୀଷ ଡୁବାନୀ ଓ ମନୁ ଭାସ୍କର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ୭ ଦେଶର ୫୦ରୁ ଊର୍ଦ୍ଧ୍ୱ ଶୁଟର ଏଥିରେ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.