Latest Odisha News

BREAKING NEWS

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ

ପୁରୀ : ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବ। ଏନେଇ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ।

ଏହି ପର୍ଯ୍ୟାୟରେ ୨୦ ଖଣ୍ଡ ରଥ କାଠ ପୁରୀରେ ପହଁଚିଛି । ଦଶପଲ୍ଲା ବନଖଣ୍ଡ ଅଂଚଳରୁ ଗୋଟିଏ ଟ୍ରକ ରେ ଆସିଥିବା ଏହି ରଥକାଠ ଗୁଡିକ ମଧ୍ୟରୁ ଗୋଟିଏ ୨୦ ଫୁଟିଆ ଅସନ ଏବଂ ବାକି ୧୯ ଖଣ୍ଡ ୨୦ ଫୁଟିଆ ଧଉରା କାଠ ରହିଥିବା ସୂଚନା ମିଳିଛି ।

ବର୍ତମାନ ସୁଦ୍ଧା ୬ ଟି ପର୍ଯ୍ୟାୟରେ ପୁରୀରେ ୨୪୪ ଖଣ୍ଡ କାଠ ପହଁଚି ସାରିଛି ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ କାର୍ଯ୍ୟ ଅନୁକୂଳ ହେବାକୁ ଥିବାବେଳେ ଏହି ସଙ୍କଟ ସମୟରେ ରଥ ଖଳାରେ ସାମାଜିକ ଦୂରତା କିଭଳି ଅବଲମ୍ବନ ହେବ ସେନେଇ ଦୃଷ୍ଟି ଦିଆଯାଉଛି ।

Leave A Reply

Your email address will not be published.