Latest Odisha News

BREAKING NEWS

ଇଂଟରନେଟର ସାଇଡ ଇଫେକ୍ଟ: ଦୈନିକ ୪.୮ ଘଂଟା ସମୟ ନଷ୍ଟ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଇଂଟରନେଟର ବ୍ୟବହାର ଧିରେ ଧିରେ ଏକ ନିଶାରେ ପରିଣତ ହେଉଛି । ଏକ୍ସପର୍ଟମାନେ କମରୁ କମ ସମୟ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି । ତଥାପି କେହି ଶୁଣୁ ନାହାନ୍ତି । ନିକଟରେ କରାଯାଇଥିବା ଏକ ସର୍ଭେରେ ଭାରତୀୟମାନେ ଦୈନିକ ପାଖାପାଖି ୫ ଘଂଟା ସମୟ ଏ ବାବଦକୁ ବର୍ବାଦ କରି ଓଭରାଲ ୪ର୍ଥ ସ୍ଥାନରେ ରହିଛନ୍ତି । ତାଲିକାରେ ଶୀର୍ଷରେ ରହିଛି ଇଣ୍ଡୋନେସିଆ (୫.୫ ଘଂଟା) । ଏହା ପଛକୁ ବ୍ରାଜିଲ (୫.୪), ଦକ୍ଷିଣ କୋରିଆ(୪.୯), ଓ ଭାରତ (୪.୮) ରହିଛନ୍ତି ।

ସେହିପରି ଭାରତରେ ମୋବାଇଲ ଗେମିଂ ଆପର ଲୋକପ୍ରିୟତା ଦ୍ରୁତ ବେଗରେ ବଢ଼ିଛି । ଲୁଡୋ କିଙ୍ଗ ଏହି ତାଲିକାରେ ଶୀର୍ଷରେ ରହିଛି । ୱାଜିରଏକ୍ସ ଓ କଏନସୁଇଚ କୁବେର ପରି କ୍ରିପ୍ଟୋ ଆପ ଏବଂ ଫିଟନେସ ଆପର ଡାଉନଲୋଡ ବଢ଼ିଛି ।

Leave A Reply

Your email address will not be published.