Latest Odisha News

ଲଶ୍ମର ଇ ତୋଇବାର ଧମକ: ଶିମଲାରେ ମନ୍ଦିର, ଷ୍ଟେସନରେ ହେବ ବଡ ଧରଣର ବିସ୍ଫୋରଣ

ଶିମଲା: ହିମାଚଳ ପ୍ରଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଲଶ୍ମର ଇ ତୋଇବା ଧମକ ଦେଇଛି । ଶିମଲାର ରେଳଷ୍ଟେସନ ଓ ପ୍ରମୁଖ ମନ୍ଦିରଗୁଡିକରେ ବଡ ଧରଣର ବିସ୍ଫୋରଣ କରାଯିବ ବୋଲି ଆତଙ୍କୀ ସଂଗଠନ ଧମକ ଦେଇଛି । ଏ ନେଇ ଅମ୍ବଳା ମଣ୍ଡଳର ରେଲ ପ୍ରବନ୍ଧନଙ୍କୁ ଧମକପୂର୍ଣ୍ଣ ପତ୍ର ମିଳିଛି । ହିମାଚଳ ପ୍ରଦେଶ ପୋଲିସ, ସିଆଇଡି ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିକୁ ଏ ନେଇ ହାଇ ଆଲର୍ଟ କରାଯାଇଛି । ୨୬ ନଭେମ୍ବରରୁ ୬ ଡିସେମ୍ବର ମଧ୍ୟରେ ଏହି ବିସ୍ଫୋରଣ ହେବ ବୋଲି ପତ୍ରରେ ଲେଖାଯାଇଛି ।

ପୂର୍ବରୁ ଏହି ଆତଙ୍କବାଦୀ ସଂଗଠନ ନାମରେ ଅନେକ ଧର ଏ ଭଳି ଧମକପୂର୍ଣ୍ଣ ପତ୍ର ଆସିଛି । ତଥାପି ଏହାକୁ ହାଲକା ଭାବେ ହିମାଚଳପ୍ରଦେଶ ସରକାର ନେଉ ନାହାନ୍ତି ।

Leave A Reply

Your email address will not be published.