Latest Odisha News

ଭାରତରେ ପ୍ରବେଶ କଲା କି ମଙ୍କିପକ୍ସ ? ସଙ୍ଗରୋଧରେ ସନ୍ଦିଗ୍ଧ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଏଣ୍ଟ୍ରି ମାରିଲା ମଙ୍କିପକ୍ସ ! ଭାରତରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଚିହ୍ନଟ। ଆକ୍ରାନ୍ତଙ୍କ ପରିଚୟ ଗୋପନ ରଖାଯାଇଛି। ସଙ୍ଗରୋଧରେ ଚିକିତ୍ସା ଜାରି ରହିଛି। ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ ଯେ ଏହା ପଜିଟିଭ୍ ନା ନେଗେଟିଭ୍। ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଭାଇରସ୍ ସଂକ୍ରମିତ ହେବାର ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ତାଙ୍କ ଶରୀରରେ ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଛି।

ଉକ୍ତ ବ୍ୟକ୍ତି ସଂକ୍ରମିତ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତାଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି। ଅନ୍ୟପଟେ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଅବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର କହିଛି । ସନ୍ଦିଗ୍ଧ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଗୋପନୀୟ ରଖାଯାଇଛି। PIB ରିପୋର୍ଟ ଅନୁଯାୟୀ, ବିଦେଶରୁ ଆଗତ ଏହି ବ୍ୟକ୍ତି ଜଣଙ୍କ ଅନ୍ୟ କେଉଁମାନଙ୍କ ସହ ମିଶିଥିଲେ, ସେନେଇ ଟ୍ରେସିଂ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, କୌଣସି ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହେବା ପରେ ପ୍ରାୟ ୨-୪ ସପ୍ତାହ ପର୍ଯ୍ୟନ୍ତ ଏଥିରେ ପୀଡିତ ରହିଥାନ୍ତି। ଏହାର ସଠିକ ଚିହ୍ନଟ ଓ ଚିକିତ୍ସା ଫଳରେ ଆରୋଗ୍ୟ ସମ୍ଭବ। ରୋଗୀ ବା ଆକ୍ରାନ୍ତଙ୍କ ସହ ଯେକୌଣସି ସୁସ୍ଥ ବ୍ୟକ୍ତି ଯଦି ସିଧା ସମ୍ପର୍କରେ ଆସୁଛନ୍ତି ତେବେ ଏହା ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ରୋଗୀର ରକ୍ତ, ମଳ-ମୁତ୍ର, ଲାଳ ଓ ଶରୀରରୁ ବାହାରୁଥିବା କୌଣସି ସ୍ରାବରେ ଏହି ଭୂତାଣୁ ଥାଆନ୍ତି। ତେଣୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ଓ ସେ ମିଶିଥିବା ବ୍ୟକ୍ତିଙ୍କର କଣ୍ଟାକ୍‌ଟ-ଟ୍ରେସିଂ କରାଯିବା ମଧ୍ୟ ଜରୁରୀ।

 

Comments are closed.