Latest Odisha News

BREAKING NEWS

ଦେଶରେ ଆକାଂକ୍ଷୀ ଜିଲ୍ଲା ତାଲିକାର ପ୍ରଥମ ସ୍ଥାନରେ ଗଜପତି, ପଞ୍ଚମରେ କୋରାପୁଟ

ନୂଆଦିଲ୍ଲୀ: ଦେଶର ଆକାଂକ୍ଷୀ ଜିଲ୍ଲା ତାଲିକାର ଟପ୍ ପୋଜିସନରେ ଓଡ଼ିଶାର ଦୁଇଟି ଜିଲ୍ଲା । ପ୍ରଥମ ଦଶଟି ସ୍ଥାନରେ ରହିଛନ୍ତି । ଆକାଂକ୍ଷୀ ଜିଲ୍ଲା ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି ରାୟଗଡ଼ା ଜିଲ୍ଲା । ସେହିପରି ପଞ୍ଚମ ସ୍ଥାନରେ ଅଛି କୋରାପୁଟ । ୨୦୨୦ ଡିସେମ୍ବର ମାସ ପାଇଁ ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ଦେଶର ଆକାଂକ୍ଷୀ ଜିଲ୍ଲା ତାଲିକା ।

ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକ ରାଇଚୁର ଜିଲ୍ଲା ଥିବା ବେଳେ ତୃତୀୟରେ ତ୍ରିପୁରାର ଧଲାଲ, ଚତୁର୍ଥ ସ୍ଥାନରେ ରହିଛି ହିମାଚଳପ୍ରଦେଶର ଚମ୍ବା ଜିଲ୍ଲା । ଶ୍ରେଷ୍ଠ ପାଞ୍ଚଟି ଜିଲ୍ଲା ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ପାଇଁ ଭିତ୍ତିଭୂମି କ୍ଷେତ୍ରରେ ଅନେକ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି ।

Leave A Reply

Your email address will not be published.