Latest Odisha News

BREAKING NEWS

ବିଜେପିର ମିଶନ TWO ସହ ସୁନୀଲଙ୍କ ସମ୍ପର୍କ

ଭୁବନେଶ୍ୱର : ଆଜିଠୁ ଓଡିଶା ଗ୍ରସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ  । ଓଡିଶାର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ  । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୁଇଦିନ  ଓଡ଼ିଶା ଗସ୍ତର ଆସିଥିବା ବେଳେ ଓଡିଶାରେ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି କହିଥିଲେ  । ତାହା ପରେ ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିଲେ ବଂଶଲ  । ବଂଶଲଙ୍କ ଦୁଇ ଦିନିଆ ଗସ୍ତରେ ସେ ସଂଗଠନ ସହିତ ଜଡିତ ବୁଥ ସ୍ତରରୁ ରାଜ୍ୟ ସ୍ତରର ନେତାଙ୍କ ସହିତ ଆଲୋଚନା କରିବେ । ଏହା ସହ ୨୦୨୪ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି ନେଇ ସମୀକ୍ଷା କରିବେ  ।

ବିଜେପିର ମିଶନ TWO (ତେଲେଙ୍ଗାନା , ପଶ୍ଚିମବଙ୍ଗ ଏବଂ ଓଡିଶାର) ସହ ବଂଶଲଙ୍କ ଓଡିଶା ଗ୍ରସ୍ତର ମଧ୍ୟ ସମ୍ପର୍କ ରହିଛି । ପୂର୍ବ ଭାରତରେ ସଂଙ୍ଗଠନ ମଝବୁତ କରିବା ସହ ସରକାର ଗଠନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି  ।  ସେହି ରଣନୀତିରେ ଓଡିଶାରେ ଗୁରୁତ୍ୱପୂର୍ଣ୍ଣ ପଦବୀ ସହ ବିଜେପି ତାଙ୍କୁ ବଡ ଦାୟିତ୍ୱ ଦେଇଛି। ଦଳ ପକ୍ଷରୁ ତାଙ୍କୁ  ତେଲେଙ୍ଗାନା , ପଶ୍ଚିମବଙ୍ଗ ଏବଂ ଓଡିଶାର ଦାୟିତ୍ୱ ଦିଆଯାଇଛି। ବଂଶଲଙ୍କୁ ଏହି ଗୁରୁ ଦାୟିତ୍ୱ ଦେବାର କାରଣ ହେଉଛି ,  ୟୁପି ଦାୟୀତ୍ୱରେ ଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ୭୩ ସାଂସଦ ବିଜୟୀ କରାଇ ଏକ ଉଦାହରଣ ସୃଷ୍ଟି କରିଥିଲେ ସୁନୀଲ ବଂଶଲ । ଏହାପରେ ୟୁପି ବିଧାନସଭା ନିର୍ବାଚନ ୨୦୧୭ରେ ବିଜେପି ସରକାର ଗଠନ କରିବାରେ ତାଙ୍କର ହାତ ଥିବା ଚର୍ଚ୍ଚା ହେଉଥିଲା ।  ଏହାସହ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ଦ୍ବିତୀୟବାର ସରକାର ଗଠନ କରିଛି  ।

ଏହି ତିନୋଟି ସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସହ ପ୍ରଭାରୀ ସୁନୀଲ ବଂଶଲଙ୍କ ଦକ୍ଷତାର ରଣନୀତି ସହ ଲଢେଇ ହେଲେ ବିଜେପିର ମିଶନ TWO ସଫଳ ହେବାର ସମ୍ଭାବନା ରହିଛି  ।

ଏହି ତିନୋଟି ସ୍ଥାନରେ ବିଜେପିର ସାଂଗଠନିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ତେଣୁ ସମସ୍ତଙ୍କ ନଜର ସୁନୀଲ ବଂଶଲଙ୍କ ରଣନୀତି ଉପରେ , ସେ ଏଠାରେ କେଉଁ ରଣନୀତି ଆପଣାଉଛନ୍ତି ଏବଂ ୨୦୨୪ ନିର୍ବାଚନରେ ​​ନବୀନ , ମମତା ଓ କେସିଆରଙ୍କ ପରି  ଲୋକପ୍ରିୟ ନେତାଙ୍କୁ ସାମ୍ନା କରିବାକୁ ଦଳ କିପରି  ପ୍ରସ୍ତୁତ କରୁଛି ତାହା ଉପରେ ଏବେ ସଭିଙ୍କ ନଜର ।

 

 

 

 

 

Leave A Reply

Your email address will not be published.