Latest Odisha News

BREAKING NEWS

ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ : ପ୍ରତାପ ଦେବ

ଦିନର ଜାପାନ ଗସ୍ତ ବେଶ ସଫଳ ରହିଥିବା କହିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ରାଜ୍ୟକୁ ବଡ଼ ସଫଳତା ମିଳିଛି ବୋଲି ସେ କହିଛନ୍ତି । ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗେଇବ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି।

ପ୍ରତାପ ଦେବ କହିଛନ୍ତି, ନିପନ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ୩୦ନିୟୁତ ମେଟ୍ରିକ୍ ଟନ୍ ଇସ୍ପାତ ଉତ୍ପାଦନ କରିବ। ଏଥିସହ ପାୱାର ପ୍ଲାଣ୍ଟ ପାଇଁ ଗ୍ରିନ ଆମୋନିଆ ବ୍ୟବହାର ଉପରେ ସେମାନେ ଗୁରୁତ୍ବ ଦେଇଛନ୍ତି। ଏସଂକ୍ରାନ୍ତରେ ଶୀଘ୍ର ଜାପାନର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବେ। ଏଥସହ ଜାପାନ ଓଡ଼ିଶାରେ ଜାହାଜ ପରିଚାଳନା ହବ୍‌ କରିବାକୁ ଆଗ୍ରହ ପ୍ରକାଶ କରିଛି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

Leave A Reply

Your email address will not be published.