Latest Odisha News

ରାଉଡି ରାଠୋର ୨ରେ ସିଦ୍ଧାର୍ଥ ହେବେ ପୋଲିସ ଅଫିସର

ମୁମ୍ବାଇ: ରାଉଡି ରାଠୋର ସିକ୍ୱେଲ ନେଇ ଏହାର ମେକର୍ସ ଶବୀନା ଖାଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ୨୦୧୨ରେ ଅକ୍ଷୟ କୁମାର ଅଭିନୀତ ଏହି ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ନିର୍ଦ୍ଦେଶକ ଅନୀସ ବଜମି ରାଉଡି ରାଠୋର ୨ ପାଇଁ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ପସନ୍ଦ କରିଥିବା ଜଣାପଡିଛି । ଯଦି ସବୁ କିଛି ଠିକ ଠାକ ରୁହେ ତାହାହେଲେ ସିଦ୍ଧାର୍ଥ ଦମଦାର ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ଶାହିଦ କାପୁରଙ୍କ ସହ ଅନୀସ ଏକ କମେଡି ଡ୍ରାମା ଫିଲ୍ମର ଶୁଟିଂ କରିବାକୁ ଅଛି । ତେବେ ଶୁଟିଂ ଅଗଷ୍ଟରେ ହେବାକୁ ଥିବାରୁ ସେ ଏହି ସମୟ ମଧ୍ୟରେ ରାଉଡି ରାଠୋର୨ ପାଇଁ ନିର୍ଦ୍ଦେଶନା ଦେବା ପାଇଁ ରାଜି ହୋଇଛନ୍ତି ।

BjdElectrycity

ମେ ମାସରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରେ । ଶବୀନା ଖାଁଙ୍କ ସହ ଜିୟୋ ଷ୍ଟୁଡିଓଜ ଓ ସଞ୍ଜୟ ଲୀଲା ଭଁସାଲୀ ଏହି ଫିଲ୍ମକୁ ମିଳିତ ଭାବେ ପ୍ରଡ୍ୟୁସ କରିବେ । ସିଦ୍ଧାର୍ଥଙ୍କ ସହ ଅନୀସଙ୍କ ଏହା ପ୍ରଥମ ଫିଲ୍ମ ହେବ ।

Leave A Reply

Your email address will not be published.