ମୁମ୍ବାଇ: ଦିନିକିଆ ବିଶ୍ୱକପରେ ଭାରତ ତାର ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ୯ ବୋଲରଙ୍କୁ ବୋଲିଂ କରାଇଥିଲେ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ସୋମବାର ଏହାର ଖୁଲାସା ବୋଲିଂ ପାରସ ମାହାମ୍ବ୍ରେ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଏହା ଭାରତୀୟ ରଣନୀତିର ଅଂଶବିଶେଷ । ପାର୍ଟଟାଇମ ବୋଲର ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ, ରୋହିତ ଶର୍ମା ଓ ବିରାଟ କୋହଲି ଏହି ମ୍ୟାଚରେ ବୋଲିଂ କରିଥିଲେ । ମାହାମ୍ବ୍ରେଙ୍କ କହିବା ଅନୁସାରେ ୨ ବର୍ଷ ହେବ ଆମେ ଏହା ଉପରେ କାର୍ଯ୍ୟ କରୁଛି । କୋହଲିଙ୍କ ବୋଲିଂ ଶୈଳୀ ବ୍ୟାଟ୍ସମ୍ୟାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ପାୱାର ପ୍ଲେରେ ସେ ଉପଯୋଗୀ ସାବ୍ୟସ୍ତ ହେବେ ।
ସେହିପରି ସୁର୍ଯ୍ୟକୁମାର ଓ ଗିଲଙ୍କ ଅଫ ସ୍ପିନ ମଝି ଓଭରଗୁଡିକରେ କାର୍ଯ୍ୟରେ ଲଗା ଯାଇପାରିବ । ରୋହିତ ଜଣେ ଭଲ ଅଫ ସ୍ପିନର । ସେ ତାଙ୍କ କ୍ୟାରିୟର ଆରମ୍ଭରେ ଅଫ ସ୍ପିନ ବୋଲିଂ କରୁଥିଲେ । ତାଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିପାରିବେ । ୯ଜଣ ବୋଲରଙ୍କ ଉପସ୍ଥିତି ଭାରତକୁ ବିପକ୍ଷ ଦଳର ବଡ ସ୍କୋର ରୋକିବାରେ ସହାୟ ହେବ ବୋଲି ମାହାମ୍ବ୍ରେ ଆଶା ବ୍ୟକ୍ତ କରିଛନ୍ତି । କୋହଲି ଓ ରୋହିତ ୱିକେଟ ହାସଲ କରିଥିବା କୌଣସି ବୋଲର ବ୍ୟୟବହୂଳ ସାବ୍ୟସ୍ତ ହୋଇ ନ ଥିଲେ ।
Comments are closed.