Latest Odisha News

BREAKING NEWS

ଦେଶରେ ୬୦ ଲକ୍ଷ ଛୁଇଁବ କରୋନା କେସ, ଲକ୍ଷେ ମୁହାଁ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୬୦ ଲକ୍ଷ ଟପିଯିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୮ ହଜାର ୬୦୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫୯ଲକ୍ଷ ୯୨ହଜାର ୫୩୩କୁ ବୃଦ୍ଧି ପାଇଛି ।

ବଢୁଛି ମୃତ୍ୟୁସଂଖ୍ୟା । ଲକ୍ଷେ ମୁହାଁ ହେଉଛି । ଗତ ୨୪ ଘଣ୍ଟାରେ ଆଉ ୧୧ ଶହ ୨୪ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦେଶରେ ମହାମାରୀ ୯୪ ହଜାର ୫୦୩ ଲୋକଙ୍କୁ ମାରି ଦେଲାଣି । କରୋନା ମୃତ୍ୟୁହାର ରହିଛି ୧.୫୭% ।

ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ଦେଶରେ ସୁସ୍ଥ ହାର ବଢୁଛି । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ତ ହୋଇଛନ୍ତି ୪୯ଲକ୍ଷ ୪୧ହଜାର ୬୨୮ ଆକ୍ରାନ୍ତ । ଆକ୍ଟିଭ କେସ୍ ରହିଛି ୯ଲକ୍ଷ ୫୬ ହଜାର ୪୦୨ ।
ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ସର୍ବାଧିକ ୨୦ ହଜାର ୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରୁ ୮, ୮୧୧, ଆନ୍ଧ୍ରପ୍ରଦେଶରୁ ୭, ୨୯୩, କେରଳରୁ ୭ ହଜାର ୬ ନୂଆ ସଂକ୍ରମିତ ବାହାରିଛନ୍ତି । ତାମିଲନାଡୁରୁ ୫ ହଜାର ୬୪୭ ଓ ଉତ୍ତରପ୍ରଦେଶରୁ ୪ ହଜାର ୩୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ସଂକ୍ରମିତ ରାଜ୍ୟ ତାଲିକାର ୮ ନମ୍ବର ସ୍ଥାନରେ ରହିଛି ଓଡ଼ିଶା ।

Leave A Reply

Your email address will not be published.