Latest Odisha News

BREAKING NEWS

ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ

ବୌଦ୍ଧ: ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ତାଙ୍କ ପତ୍ନୀ । ଡେପୁଟି କଲେକ୍ଟର ଶରତ ବାଗ ସମ୍ପର୍କୀୟଙ୍କ ସହ ଝାରସୁଗୁଡ଼ା ଯାଇ ପତ୍ନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

କୌଣସି କାମରେ ଝାରସୁଗୁଡା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ । ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସମ୍ପର୍କୀୟଙ୍କ ସହ ମାଡ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ୍ ଫାଣ୍ଡିରେ ଅଭିଯୋଗ ହୋଇଛି ।

ପୋଲିସ ଆଇପିସି ଧାରା ୩୨୩, ୨ ୯୪, ୫ ୦୬, ୩୭୯, ୩୪ ଆଇପିଏସ୍ ଦଫାରେ ମାମଲା ରୁଜୁ କରିଛି । ପୂର୍ବରୁ ଶରତ ବାଗ ବଲାଙ୍ଗିରରେ ଅବସ୍ଥାପିତ ଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏନେଇ ଏକ ମାମଲା କୋର୍ଟରେ ବିଚାରାଧିନ ମଧ୍ୟ ରହିଛି । ସେପଟେ ଏନେଇ ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ ଶରତ ବାଗ କିମ୍ବା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.